୪ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟରେ ପୈାରାଞ୍ଚଳରେ କାର୍ଯ୍ୟକାରୀ ହେବ ମୁକ୍ତା ଯୋଜନା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଞ୍ଚଳର ୨୧ଟି ୱାର୍ଡରେ ମୁକ୍ତା ଯୋଜନା କାର୍ଯ୍ୟକାରୀ କରାଯିବ । ଏନେଇ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ୫ଟି ସଚିବଙ୍କ ସହ ବିଧାୟକ ଶଶି ଭୂଷଣ ବେହେରା, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ରାଜେନ୍ଦ୍ର ପଣ୍ଡା, ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଓ ପୈାରାଧ୍ୟକ୍ଷା ସରିତା ସାହୁ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମୋଟ୍ ୪ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟରେ ୨୧ଟି ଯାକ ୱାର୍ଡରେ ରାସ୍ତାଘାଟ ନବୀକରଣ, ପୋଖରୀ ଓ ଜଳାଶୟର ପୁନଉଦ୍ଧାର, ଫେବର ରାସ୍ତା ନିର୍ମାଣ, ଜଳ ସଂରକ୍ଷଣ ଆଦି କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଏହି ଭିଡିଓ କନଫରେନ୍ସ ସମୟରେ ସମସ୍ତ କାଉନସିଲରମ, ମିଶନ ଶକ୍ତିର ସଦସ୍ୟା ମାନେ ଉପସ୍ଥିତ ରହି ପ୍ରକଳ୍ପକୁ ଅନୁମୋଦନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *