ଦୁର୍ଘଟଣା ଗସ୍ତ ପରିବାରକୁ ବୀମା କମ୍ପାନୀ ତରଫରୁ ୧୫ ଲକ୍ଷ କ୍ଷତିପୁରଣ ପ୍ରଦାନ

Spread the love

କେନ୍ଦ୍ରାପଡା : ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ପରିବାରକୁ ବୀମା କମ୍ପାନୀ ତରଫରୁ ଆଇନସେବା ପ୍ରାଧିକରଣ ମାଧ୍ୟମରେ ୧୪ ଲକ୍ଷ ୩୫ ହଜାର ଟଙ୍କା କ୍ଷତିପୁରଣ ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ପୁର ଛକ ଠାରେ ବାବୁନି ଚରଣ ଲେଙ୍କାଙ୍କ ଏକ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏନେଇ ଡେରାବିଶ ଥାନା ପକ୍ଷରୁ ୩୮/୨୧ରେ ଏକ ମାମଲା ରୁଜୁ କରାଯାଇ ସ୍ଥାୟୀ ଲୋକ ଅଦାଲତରେ ଏହାର ବିଚାର ହୋଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ମାନ୍ୟବର ଜିଲ୍ଲା ଜଜ ବିଶ୍ୱଜିତ ମହାନ୍ତିଙ୍କ ତତ୍ୱବଧାନରେ ଏହି ମାମଲାର ବିଚାର କରାଯାଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁଙ୍କ ମାଧ୍ୟମରେ ମୃତ୍ୟୁବରଣ କରିଥିବା ପରିବାରକୁ କ୍ଷତିପୁରଣ ବାବଦକୁ ବୀମା କମ୍ପାନୀ ତରଫରୁ ୧୪ ଲକ୍ଷ ୩୫ ହଜାର ଟଙ୍କାର ଏକ ଚେକ୍ ସ୍ୱର୍ଗତଃ ବାବୁନି ଲେଙ୍କାଙ୍କ ପତ୍ନୀ ମିନତୀ ଲେଙ୍କାଙ୍କୁ ପ୍ରଦାନ କରାଯାଇଛି । ଏହି ମକଦ୍ଦମାକୁ ଆଇନଜୀବି ପ୍ରମୋଦ କୁମାର ଅଧିକାରୀ, ବୀମା କମ୍ପାନୀର ଓକିଲ ମହମ୍ମଦ ନଇମ ପ୍ରମୁଖ କେଶ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *