୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ୬୬୨ ବର୍ଗ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସଂଘର ଜିଲ୍ଲା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୪ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଦାବି ଗୁଡିକ ମଧ୍ୟରେ ୨୦୦୮ ଜି ଓ ରେ ଦରମା ପାଉଥିବା ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ୨୦୦୯ ଜି ଓ ରେ ଦରମା ପାଉଥିବା ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ସହିତ ଗ୍ରେଡ ପେ ଅନୁଯାଇ ସମାନ କାମକୁ ସମାନ ଦରମା ପ୍ରଦାନ କରାଯିବା, ଅବସର ନେଇଥିବା ଓ ଅବସର ନେବାକୁ ଥିବା ସମ୍‌ତ କର୍ମଚାରୀ ମାନଙ୍କୁ ପେନଶନ ଓ ଆବସର କାଳୀନ ରାଶି ପ୍ରଦାନ କରିବା, ୨୦୧୮ ଜି ଓ ରେ ଦରମା ପାଉଥିବା କର୍ମଚାରୀ ମାନଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ କରାଯିବା ଏବଂ ବିଭିନ୍ନ ଅସଙ୍ଗତିରେ ବାଦ ପଡିଥିବା ୨୦୦୮ ଓ ୨୦୧୪ ଜି ଓ ର କର୍ମଚାରୀ ମାନଙ୍କୁ ଅନୁଦାନ ପରିସର ଭୁକ୍ତ କରିବା ଦାବି ଗୁଡିକ ରହିଛି । ୨୦୨୧ ମସିହା ଡିସେମ୍ବର ମାସ ୬୩୦ ତାରିଖ ଠାରୁ ରାଜ୍ୟ ସରକାର ଏକ କ୍ୟାବିନେଟ ମାଧ୍ୟମରେ ଉଭୟ ୬୬୨ ଓ ୪୪୮ ବର୍ଗର ସମାନ ଧାରାରେ କାମ କରୁଥିବା ଅଧ୍ୟାପକ ମାନଙ୍କ ଦରମା ସମାନ କରିଥିଲେ । ପ୍ରାୟ ୧ ବର୍ଷ ଧରି ସମାନ ଦରମା ପାଇ ଆସୁଥିଲେ ମଧ୍ୟ ଠିକ ୧ ବର୍ଷ ପେର ୨୦୨୩ ମସିହା ଜାନୁଆରୀ ମାସରେ ଆଉ ଏକ କ୍ୟାବିନେଟ କରି ନିୟମ ପରିବର୍ତ୍ତନ କରି ଏକ ବିରାଟ ଅସଙ୍ଗତି ସୃଷ୍ଟି କରାଗଲା । ଯାହା ଫଳରେ ସମାନ ଫୁଟିଂ ରେ ସମାନ ଧାରାରେ କାମ କରୁଥିବା ଅଧ୍ୟାପକ ମାନଙ୍କ ଦରମାରେ ୧୦ ହଜାର ଟଙ୍କା କମ ବେଶି କରିଦେଲେ । ନିୟମ ଅନୁସାରେ ୪୮୮ ସ୍ଲୁଲରେ ୪୨୦୦ ଗ୍ରେଡ ପେ ଓ ୬୬୨ ବର୍ଗର ଅଧ୍ୟାପକ ମାନଙ୍କୁ ୪୬୦୦ ଟଙ୍କା ଗ୍ରେଡ ପେ ରେ କାମ କରୁଛନ୍ତି ।  ସରକାରଙ୍କର ଏହି ବିଚିତ୍ର ନିୟମକୁ ସଂଘ ତରଫରୁ ବିରୋଧ କରି ସମାନ ଗ୍ରେଡ ପେ କୁ ସମାନ ଦରମା ସହିତ ଅନ୍ୟ ୩ଗୋଟି ଦାବି ପୁରଣ କରିବା ପାଇଁ ସଂଘର ସଭାପତି ବସନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ରସାନନ୍ଦ ମହାନ୍ତି, ସମ୍ପାଦକ ଗଦାଧର ବେହେରା, କାନ୍ତିମୟୀ ପଣ୍ଡା, ଜ୍ୟୋସ୍ନାମୟୀ ଶତପଥୀ, ଶୈଳବାଳା ମହାନ୍ତି ପ୍ରମୁଖଙ୍କ ସମେତ ଶତାଧିକ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।   

Leave a Reply

Your email address will not be published. Required fields are marked *