ମହିଳାଙ୍କୁ ଅସଦାଚରଣ ଥାନାରେ ମାମଲା

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନାରେ ସରକାରୀ ସ୍କୁଲର ପିଅନଙ୍କ ନାମରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ରେ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ମାର୍ଶାଘାଇ ସରକାରୀ ସ୍କୁଲର ପିଅନ ଅଶୋକ ଦାସ ଦୀର୍ଘଦିନ ଧରି ସ୍କୁଲରେ ପିଅନ ଭାବରେ କାର୍ଯ୍ୟ କରନ୍ତି । ଅନ୍ୟ ସମୟରେ ବିଭିନ୍ନ ଘରକୁ ଯାଇ ସେ ପିଲା ମାନଙ୍କୁ ଟିଉସନ କରନ୍ତି । ମାର୍ଶାଘାଇ ଅଂଚଳରେ ଜନେ ମହିଳାଙ୍କ ପୁଅଙ୍କୁ ଟିଉସନ କରନ୍ତି । ଘରେ କେହି ନଥିବା ସମୟରେ ମହିଳାଙ୍କ ପ୍ରତି ଅସଦାଚରଣ କରିଥିବା ପରେ ମହିଳା ଜଣକ ଥାନାରେ ଅଭିଯୋଗ କଲାପରେ ଥାନା ଅଧିକାରୀ ତଦନ୍ତ କରି ଥାନା ନଂ-୩୫୦/୨୩ କେସ ରୁଜୁ କରି ଆସାମୀକୁ କୋର୍ଟ ଚାଲାଣ କରିଛନ୍ତି ।

Leave a Reply

Your email address will not be published. Required fields are marked *