ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ କେନ୍ଦ୍ରାପଡ଼ା ନବୋଦୟ ଛାତ୍ରଛାତ୍ରୀଙ୍କ କୃତୀତ୍ୱ

Spread the love

କେନ୍ଦ୍ରାପଡ଼ା : ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶର ଫଳ ପ୍ରକାଶ ପାଇଛି । ଏଥିରେ କେନ୍ଦ୍ରାପଡା ନବୋଦୟ ବିଦ୍ୟାଳୟର ସମସ୍ତ ଦଶମ ଏବଂ ଦ୍ୱାଦଶର ବିଦ୍ୟାର୍ଥୀ ପାସ ହେବା ଫଳରେ ବିଦ୍ୟାଳୟର ପାସ ହାର ଶତକଡା ୧୦୦ ପ୍ରତିଶତ ଅତୁଟ ରହିଛ । ଦ୍ୱାଦଶରେ ୪୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସୁଶ୍ରୀ ଭବାନୀ ୯୩.୮% ନମ୍ବର ରଖି ବିଦ୍ୟାଳୟର ଟପର ହୋଇଛନ୍ତି । ଏବଂ ସମୁଦାୟ ୩ ଜଣ ଛାତ୍ରଛାତ୍ରୀ ଶତକଡା ୯୦ ନମ୍ବର ରଖିଛନ୍ତି । ଦଶମରେ ୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏସ୍‌.ଏନ୍ ଓମ୍ ତ୍ରିପାଠୀ ୯୮.୨% ରଖି ବିଦ୍ୟାଳୟର ଟପର ହୋଇଛନ୍ତି । ଏବଂ ସମୁଦାୟ ୨୯ ଜଣ ଛାତ୍ରଛାତ୍ରୀ ଶତକଡା ୯୦ % ଉପରେ ନମ୍ବର ରଖିଛନ୍ତି । ଓଡିଆରେ ଦୁଇ ଜଣ ଛାତ୍ରଛାତ୍ରୀ, ସାମାଜିକ ବିଜ୍ଞାନରେ ଜଣେ ଛାତ୍ର ୧୦୦ ରୁ ୧୦୦ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *