କୃଷକଙ୍କ ସଚେତନ ପାଇଁ ଜିଲ୍ଲାସାରା ବୁଲିବ କୃଷି ରଥ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାରେ ଖରିଫ ଫସଲ ପାଇଁ କୃଷକ ମାନଙ୍କ ସଚେତନ କରାଇବା ପାଇଁ ୩ଗୋଟି ରଥକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜିବ କୁମାର ମୁଦାଲୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏହି ୩ଗୋଟି ରଥ ବାହାରି ଜିଲ୍ଲାର ୯ଟି ବ୍ଲକ ପରିକ୍ରମା କରି ପାଲା, ଲୋକନୃତ୍ୟ ପ୍ରଭୃତି ମାଧ୍ୟମରେ କୃଷକ ମାନଙ୍କ ଖରିଫ ଫସଲ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ସୂଚନା ଦେବା ସହ ସେମାନଙ୍କୁ ଏହାର ସୁଫଳ ପାଇବା ପାଇଁ ସଚେତନ କରାଇବ । ଯୋଜନା ଗୁଡିକ ମଧ୍ୟରେ ଫୋନ ମାଧ୍ୟମରେ ଚାଷୀ ମାନଙ୍କୁ ପରାମର୍ଶ, ବ୍ୟାଙ୍କ ମାଧ୍ୟମରେ ସୁବିଧାରେ ଋଣ ସହାୟତା, କୃଷି ବିଶେଷଜ୍ଞଙ୍କ ଠାରୁ ଉପଯୁକ୍ତ ପରାମର୍ଶ, ୩୦୦ ରୁ ଅଧିକ ରକମର କୃଷି ଋଣ ପାଇଁ ଆବେଦନ ସୁବିଧା ପ୍ରଭୃତି ଯୋଜନା ଗୁଡିକ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି । ଏହି ରଥ ଉଦ୍ଘାଟନ ସମୟରେ ଅତିରିକ୍ତ ନିର୍ଦ୍ଦେଶକ ତୁଷାରକାନ୍ତ ମହାନ୍ତି, ଡିପିଡି ମନୋରଞ୍ଜନ ରାଉଳ, ଧର୍ମ ରଞ୍ଜନ ନାୟକ, ଏଏଓ ପାୟଲ ପ୍ରିୟଦର୍ଶନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *