ଗୋ-ମୈତ୍ରୀ ଯୋଜନା ନିଯୁକ୍ତିରେ ଅନିୟମିତତା ଅଭିଯୋଗ

Spread the love

କେନ୍ଦ୍ରାପଡ଼ା : ଗୋ-ମୈତ୍ରୀ ଯୋଜନା ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଅଧିନରେ ଗୋ-ମୈତ୍ରୀ ଯୋଜନା ନିଯୁକ୍ତିରେ ଅନିୟମିତତା ହୋଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଓଡିଶା ସରକାରଙ୍କ ଅଧିନରେ ଆରମ୍ଭ ହୋଇଥିବା ଗୋ-ମୈତ୍ରୀ ଯୋଜନା ନିଯୁକ୍ତିରେ କେନ୍ଦ୍ରାପଡା ଜିଲ୍ଲାରେ  ଶିକ୍ଷିତ ବେକାର ଯୁବକଙ୍କୁ ନିଯୁକ୍ତି ନଦେଇ ବାହାର ଜିଲ୍ଲାର ଯୁବକଙ୍କୁ ନିଯୁକ୍ତି ଦିଆଯାଇ ଥିବାରୁ ଏାରର ତଦନ୍ତ କରିବା ପାଇଁ ଦାବି କରାଯାଇଛି । କେନ୍ଦ୍ରାପଡାର ଗ୍ରାମୀଣ ଶିକ୍ଷିତ ବେ-ରୋଜଗାର ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଉନ୍ନତ ଗୋ-ପାଳନ, ଦୁଗ୍ଧ ଉତ୍ପାଦିନ, ଟୀକାକରଣ ଇତ୍ୟାଦି ନିମିତ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଅଧିନରେ ନିଯୁକ୍ତି ଦେବାର ନିୟମ ରହିଛି । ଜିଲ୍ଲାର ଯୁବକମାନେ ନିଜ ନିଜ ଅଂଚଳ ସହିତ ଅବଗତ ଥିବାବେଳେ ଅନ୍ୟ ଜିଲ୍ଲାର ଯୁବକ ମାନେ ଏହି ଅଂଚଳ ସହିତ ଜଣା ଶୁଣା ନଥିବା ବେଳେ ସେମାନଙ୍କୁ ନିଯୁକ୍ତି ଦେବା ଯୋଜନା କୁ ବାଟବଣା କରାଯାଉଛି । ଏହାକୁ ବିଧିବଦ୍ଧ ଭାବେ ତଦନ୍ତ କରାଯିବା ପାଇଁ ସାଧାରଣ ସଂପାଦକ ସୈାମ୍ୟ ରଞ୍ଜନ ଧଳ, ଚିତରଞ୍ଜନ ତରାଇ, ପ୍ରଭାତୀ ପାତ୍ର, ଶୁଭ ବେହେରା ପ୍ରମୁଖ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *