ସହାୟତା ଯୋଗାଇ ଥିବାରୁ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜ୍ଞାପନ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅଧିନ ଗାଙ୍ଗପଡା ପଞ୍ଚାୟତର ଦୋବନ୍ଧା ଗ୍ରାମର ୪୪ ବର୍ଷୀୟ ଗ୍ୟାରେଜ ମେକାନିକ ହେମନ୍ତ କୁମାର ବେହୁରା କିଡନୀ ରୋଗରେ ମୃତ୍ୟୁ ବରଣ କରିବା ପରେ ତାଙ୍କର ୩ ଝିଅଙ୍କୁ ପାଠ ପଢାଇବାରେ ଅସୁବୀଧାର ସମ୍ମୁଖୀନ ହୋଇଥିଲା । ଏହି ପରିବାର ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଆବେଦନ କରାଯାଇ ଥିଲା । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସୁପାରିଶ କ୍ରମେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୨୦ ହଜାର ଟଙ୍କା ସହାୟତା ମିଳି ଥିବାରୁ ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave a Reply

Your email address will not be published. Required fields are marked *