୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇବାରୁୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଘୋଷଣା କରିଥିବାରୁ ନଜୱାନ ୟୁନିୟନ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । କେନ୍ଦ୍ରାପଡା ସହରରୁ ମୁଖ୍ୟ ଚିକିତ୍ସାଳୟଟି ୩କିମି ସ୍ଥାନାନ୍ତର ହେବାପରେ ପୈାରାଞ୍ଚଳ ଏବଂ ଆଖପାଖ ପଞ୍ଚାୟତର ଲୋକେ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ମନ୍ୟବର ୫ଟି ସଚିବଙ୍କ ଗସ୍ତପରେ ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରୁ ଏହି ସଂଗଠନ ପକ୍ଷରୁ ମହମ୍ମଦ ଅମୀର, ସେକ ଲିୟାକତ ଅଲ୍ଲୀ, ପଦ୍ମନାଭ ସାହୁ, ଏନାମୁଲ ହକ, ରଶ୍ମି ରଞ୍ଜନ ସାହୁ, ସେକ ଇକବାଲ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *