ଏ.ଆର.ସି.ଏସଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

Spread the love

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାରେ ଅବସ୍ଥାପିତ ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ଡେରାବିଶ ବ୍ଲକ ଅଧିନ ଲକ୍ଷ୍ମୀନାରାୟଣ ପୁର ଗ୍ରାମ ପଂଚାୟତର ଶତାଧିକ ମହିଳା ଓ ପୁରୁଷ ଆଜି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଲକ୍ଷ୍ମୀନାରାୟଣ ପୁର ନୂତନ କୃଷି ସେବା ସମବାୟ ସମିତି ନିୟମ ମୁତାବକ ଫର୍ମ ପୁରଣ କରି ମାର୍ଚ୍ଚ ୩୦ ତାରିଖରେ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣଙ୍କ ପାଇଁ ଏ.ଆର.ସି.ଏସଙ୍କ ନିକଟରେ ଦାଖଲ କରାଯାଇ ଥିଲା । ପଂଚାୟତ ଅଧିନ ଗ୍ରାମ ଗୁଡିକର ୮୦ ଜଣ ସଦସ୍ୟଙ୍କୁ ନେଇ କଟକ କେନ୍ଦ୍ର ସମବାୟ ବ୍ୟାଙ୍କରେ ୮ ହଜାର ଟଙ୍କା ସଭ୍ୟ ଅଂଶ ଓ ୨ ହଜାର ଟଙ୍କାର ଟ୍ରେଜେରୀ ଚାଲାଣ ଦାଖଲ କରାଯାଇଛି । ଏହା ସତ୍ୱେ ଉଦ୍ଦେଶ୍ୟ ମୂଳକ ଭାବେ ପଛରେ ଅନ୍ୟ ଏକ ସମିତିକୁ କାଗଜପତ୍ର ନକଲ କରି ଏ.ଆର.ସି.ଏସ ପଞ୍ଜିକୃତ କରିଥିବା ସ୍ଥାନୀୟ ସରପଂଚ ଅରକ୍ଷିତ କାଣ୍ଡି, ସମିତି ସଭ୍ୟ ଫନିନ୍ଦ୍ର ବେହେରା, ସଂଗ୍ରାମ କେଶରୀ ସିଂହ, ବସନ୍ତ କୁମାର ପଣ୍ଡା, ପ୍ରିୟବ୍ରତ ସିଂହ ପ୍ରମୁଖ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *