ସ୍କୁଲ ଜାଗା ଜବର ଦଖଲ ଗ୍ରାମବାସୀଙ୍କ ଅଭିଯୋଗ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର କଦଳୀବାଡି ପ୍ରାଥମିକ ବିଦ୍ୟାଳୟର ଜାଗାକୁ ଗ୍ରାମର କେତେକ ନ୍ୟର୍ଥ ସ୍ୱାର୍ଥ ବ୍ୟକ୍ତି ଜବର ଦଖଲରେ ରଖି ନିଜେ କାରବାର କରୁଥିବା ନେଇ ଗ୍ରାମର ଶତାଧିକ ବ୍ୟକ୍ତି ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟର ନିଜସ୍ୱ ପାଚେରୀ ନଥିବାରୁ ପାଖ ଜାଗା ମାଲିକ ସ୍କୁଲ ଜାଗାକୁ ଜବର ଦଖଲ କରି ନେଇଛି । ସ୍କୁଲର ପ୍ଲଟ ନଂ-୧୬, ୧୮, ୧୯ର ଅନେକ ଅଂଶ ଜବର ଦଖଲ ଥିବାରୁ ଏହାକୁ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ ମାନେ ଦାବି ଜଣାଇବା ସହ ସ୍କୁଲର ପ୍ଲଟ ଅନୁଯାଇ ଜାଗା ଚିହ୍ନଟ କରି ପାଚେରୀ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ମାନେ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ କାଳନ୍ଦୀ ଚରଣ ମଲିକ, ଭାଗିରଥୀ ମଲିକ, ଗୁରୁ ଚରଣ ମଲିକ, କୈଳାସ ଚନ୍ଦ୍ର ମଲିକ ପ୍ରମୁଖ ଉପସ୍ଥିତ ଥିଲେ । 

Leave a Reply

Your email address will not be published. Required fields are marked *