ଲଗାଣ ବର୍ଷା-ଚାଷୀଙ୍କ ପାଇଁ ଆନନ୍ଦ, ପୈାରବାସୀଙ୍କ ପାଇଁ ଦୁର୍ଦ୍ଦଶା

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ବିଳମ୍ବିତ ରାତିରୁ ଲଗାଣ ବର୍ଷା ଆରମ୍ଭ ହୋଇ ଥିବାରୁ ସ୍ଥାନୀୟ କେନ୍ଦ୍ରାପଡା ପୋରାଞ୍ଚଳ ର ବିଭିନ୍ନ ୱାର୍ଡ ବାସିନ୍ଦା ମାନେ ବର୍ଷାଜଳ ନିଷ୍କାସନ ଜନିତ ସମସ୍ୟାକୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲା । ଲଗାଣ ବର୍ଷାରେ ଦୋକାନ ବଜାର ଠାରୁ ଆରମ୍ଭ କରି ଜନ ସାଧାରଣଙ୍କ ଉପରେ ବ୍ୟାପକ ପ୍ରଭାବ ପଡି ଥିବାର ଦେଖିବାକୁ ମିଳିଛି । ଜିଲ୍ଲା ସାରା ଏହି ବର୍ଷା ଲାଗି ରହିଥିବାରୁ ଦୋକାନ ବଜାର ଖୋଲା ରହୁଥିଲେ ମଧ୍ୟ ଗ୍ରାହକ ମାନଙ୍କ ଅଭାବ ବେପାର ବଣିଜକୁ ମାନ୍ଦା କରି ଦେଇଛି । ସହରର ୨୧ଟି ୱାର୍ଡର ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ହେବାକୁ ବାଟ ନଥିବାରୁ ଗାଁ ଓ ସାହି ରାସ୍ତାରେ ବର୍ଷା ପାଣି ଓ ନର୍ଦ୍ଦମା ପାଣି ଏକାକାର ହୋଇ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି । ଫଳରେ ବିଭିନ୍ନ ବସ୍ତି ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ପରିବାର ର ବରିଷ୍ଠ ସଦସ୍ୟ ମାନେ ଘରୁ ବାହାରି ପାରି ନାହାଁନ୍ତି । ତେବେ ବର୍ଷାପାଇଁ ଅପେକ୍ଷା କରିଥିବା ଚାଷୀମାନେ ଲଗାଣ ବର୍ଷାରେ ସେମାନଙ୍କ ପାରମ୍ପରିକ ଚାଷକାର୍ଯ୍ୟ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଦେଖିବାକୁ ମିଳିଛି । ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କରିଥିବା ବେଳେ ଏହି ବର୍ଷା କୃଷି ଓ କୃଷକଙ୍କ ପାଇଁ ଆନନ୍ଦ ଆଣିଥିବା ବେଳେ ପୈାରସଂସ୍ଥାର ଉଦ୍‌ବୃତ ଜଳ ପରିଚାଳନା ଜନିତ ଅବହେଳା କାରଣରୁ ପୈାରାଂଚଳ ତଳିଆ ଅଂଚଳ ବାସିନ୍ଦା ମମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ତୁରନ୍ତ ବିଭିନ୍ନ ୱାର୍ଡର ଡ୍ରେନେଚ ଗୁଡିକୁ ସଫା କରିବା ସହ ଜଳ ନିଷ୍କାସନ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *