ସିପିଆଇର ପଦଯାତ୍ରା

Spread the love

କେନ୍ଦ୍ରାପଡା :  କେନ୍ଦ୍ରାପଡା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଓଡିଶା ରାଜ୍ୟ କମିଟି ଡାକରାରେ  ଗତ  ତା ୧୪.୦୫.୨୦୨୩ରିଖ ଠାରୁ ୩୧.୦୫.୨୦୨୩ ରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜେପି ହଟାଅ, ଦେଶ ବଂଚାଅ, ରାଜ୍ୟ ବଂଚାଅ ବିଜେଡି ହଟାଅ ଡାକରାକୁ କାର୍ଯ୍ୟ କରିବାକୁ ଗାଁ କୁ ଗାଁ  ଓ ସହର ମାନଙ୍କରେ ଯେଉଁ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାର ଆଜି ଶେଷ ଦିବସରେ କେନ୍ଦ୍ରାପଡା ସହରରେ ସାନ୍ତସାହି ପୋଲ ଠାରୁ ପଦଯାତ୍ରା ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ ଦେଇ ତିନିମୁହାଣୀ ଠାରେ ଶେଷ ହୋଇଛି । ଏହି ପଦଯାତ୍ରା ସମୟରେ ପଥ  ପ୍ରାନ୍ତ ସଭା ମାନଙ୍କରେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସାଥି ଜୟନ୍ତ ଦାସ, ଜିଲ୍ଲା ସଂପାଦକ ସାଥି ରମଣୀ ରଂଜନ ରାଉତରାୟ, ସହ ସଂପାଦକ ଆଦିକନ୍ଦ ରାଉଳ, ଏଆଇଟିୟୁସି ସଭାପତି ବାବାଜି ଧଳ, ସୁହାନା ବେଗମ ପ୍ରମୁଖ ନେତୃତ୍ୱ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ସମ୍ବନ୍ଧରେ ଜନ ସାଧାରଣଙ୍କୁ ସଚେତନ କରାଇ ବକ୍ତବ୍ୟ ରଖିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୀତାକାନ୍ତ ନାୟକ, ନିରଞ୍ଜନ ଦାସ, ସଂଯୁକ୍ତା ରାଉତ, ସସ୍ମିତା ବାରିକ, ରମେଶ ଚନ୍ଦ୍ର ନାୟକ, ଅଭୟ ଦାସ, ଶଶୀ ଭୂଷଣ କୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *