ଭରତପୁର ବେହେରା ସାହିକୁ ପାନୀୟ ଜଳ ଯୋଗାଣ ପାଇଁ  ଦାବି

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଭରତପୁର ପଂଚାୟତର ବେହେରା ସାହିରେ ପାନୀୟ ଜଳ ସଙ୍କଟ ଲାଗି ରହିଥିବାରୁ ପ୍ରବଳ ଗ୍ରୀଷ୍ମରେ ସ୍ଥାନୀୟ ବାସିନ୍ଦା ମାନେ ପିଇବା ପାଣି ଟୋପାଏ ପାଇବା ପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ ହୋଇଛି । ପଂଚାୟତ ପକ୍ଷରୁ ପାଇପ ଯୋଗେ ପାଣି ଯୋଗାଇବା ବ୍ୟବସ୍ଥା କରାଯାଇ ଥିଲେ ମଧ୍ୟ ବେହେରା ସାହିକୁ ଯାଇଥିବା ପାଇପ ରେ ପାଣି ଆସୁ ନଥିବାରୁ ସ୍ଥାନୀୟ ବାସିନ୍ଦା ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ଏହାର ସମାଧାନ କରି ପିଇବା ପାଣି ଯୋଗାଇବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ମମତା ବେହେରା ଓ ମାନିନୀ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *