କୁଶିଆପାଳ ବାୟାବସା ମଠର ଉନ୍ନତି ପାଇଁ ସହାୟତା ଦାବି

Spread the love

କେନ୍ଦ୍ରାପଡା : ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳ ଠାରେ ଥିବା ବାୟାବସା ମଠର ଉନ୍ନତି ନିମନ୍ତେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଆର୍ଥିକ ସହାୟତା ଦାବି କରିଛନ୍ତି । ମାନ୍ୟବର ୫ଟି ସଚିବ କେନ୍ଦ୍ରାପଡା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ମଠ ଓ ମନ୍ଦିରକୁ ନବୀକରଣ ଓ ଉନ୍ନତିକରଣ ପାଇଁ ସହାୟତା ପ୍ରଦାନ କରିଥିବା ବେଳେ ବାୟାବସା ମଠ ଏହି ସାହାଯ୍ୟରୁ ବଂଚିତ ହୋଇଯାଇ ଥିବାରୁ ଏହାର ଉନ୍ନତି ଓ ନବୀକରଣ ପାଇଁ ସାହାଯ୍ୟ ଯୋଗାଇ ଦେବାପାଇଁ ସରପଞ୍ଚ ଦୟାନିଧି ଦାସଙ୍କ ନେତୃତ୍ୱରେ ବଂଶୀଧର ଦାସ, ବନମାଳି ସାହୁ, ବିରେନ୍ଦ୍ର ସେଠୀ, ଦାମୋଦର ମଲିକ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *