ଗ୍ରାମୀୟ କୃଷି କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Spread the love

କେନ୍ଦ୍ରାପଡ଼ା : ଓଡିଶା ଗ୍ରାମୀୟ କୃଷି କର୍ମଚାରୀ ସଂଘ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ଆବାହକ ପ୍ରଦିପ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ସଭାପତି ତାପସ ସାମଲ, ସଂପାଦକ ଦିପକ ରଞ୍ଜନ ସାମଲ, ରଞ୍ଜନ ରାଉତ, ସ୍ମିତା ପାତ୍ର, ଉଷାରାଣୀ ଜୟଶ୍ରୀ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ । ଦାବିଗୁଡିକ ମଧ୍ୟରେ ପଦବୀର ନାମ ପରିବର୍ତନ, ୨ହଜାର ଟଙ୍କାରୁ ୪ ହଜାର ୨ ଶହ ଟଙ୍କାକୁ ଗ୍ରେଡ ପେ ବୃଦ୍ଧି କରିବା, ପଦୋନ୍ନତି, ୬ ବର୍ଷରୁ ଅଧିକ ଥିବା ଚୁକ୍ତି ଭିତିକ କର୍ମଚାରୀଙ୍କୁ ବର୍ଦ୍ଧିତ ଦରମା, କମ୍ପ୍ୟୁଟର, ମୋବାଇଲ ଖର୍ଚ୍ଚ ଆଦି ଦାବି ଗୁଡିକ ରହିଛି । କର୍ମଚାରୀ ମାନେ ଚଳିତ ମାସ ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇବେ । ଦାବି ପୁରଣ ନହେଲେ ଅଗଷ୍ଟ ୧ ତାରିଖ ଠାରୁ ସମୂହ ଛୁଟି ନେବା ସହ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *