ସୁଭଦ୍ରା ବାଳିକା ଉଚ୍ଚ ବିଦ୍ୟାଳୟ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅ ପଞ୍ଚାୟତ ଇଟିପୁର ସ୍ଥିତ ସୁଭଦ୍ରା ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ୟା କୋର୍ଟ ନିର୍ଦ୍ଦେଶ ଅନୁଯାଇ ସମାଧାନ କରିବା ପାଇଁ ଏକ ଦାବିପତ୍ର ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ୧୯୮୯ ମସିହାରୁ ବିଦ୍ୟାଳୟଟି ଭାବଗ୍ରାହୀ ଦାସଙ୍କ ଦ୍ୱାରା ସ୍ଥାପନ କରାଯାଇ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇ ଛାତ୍ରଛାତ୍ରୀ ମାନେ ପାଠପଢି ସେଠାରେ ସିଧାସଳଖ ଭାବେ ପରୀକ୍ଷା ଦେଉଛନ୍ତି ।

ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଦୀର୍ଘ ୨୦/୨୫ ବର୍ଷ ଧରି ବିନା ବେତନରେ ଶିକ୍ଷାଦାନ କରି ଆସୁଛନ୍ତି । ପ୍ରତିଷ୍ଠାତାଙ୍କ ଦେହ ଅସୁସ୍ଥ ଥିବା କାରଣରୁ ଘିଘିଡିଆ ଗ୍ରାମର ଜନୈକ ବ୍ୟକ୍ତି ଚଞ୍ଚିକତା କରି ୧୯୯୪ ମସିହାରେ ବିଦ୍ୟାଳୟ ପରିଚାଳନା ପାଇଁ ଦାୟିତ୍ୱ ନେଇଥିଲେ । ବିଦ୍ୟାଳୟ କମିଟି କିମ୍ବା ପ୍ରତିଷ୍ଠାତାଙ୍କୁ ନଜଣାଇ ବେଆଇନ ଭାବେ ରେଜୁଲେସନ ତିଆରି କରି ବିଦ୍ୟାଳୟ ସମ୍ପାଦକ କହି କେତେକ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ପଙ୍କଜ କୁମାର ବେହେରାଙ୍କୁ ବହିଷ୍କାର କରିବାରୁ ଗ୍ରାମବାସୀମାନେ ଏହାର ତୀବ୍ର ବିରୋଧ କରିଥିଲେ । ଅସାଧୁ ଉପାୟରେ ଏକ କମିଟି ଗଠନ କରି ଏହି ବ୍ୟକ୍ତି ଜଣକ ନିଜ ଅକ୍ତିଆରରେ ରଖି ମିଥ୍ୟା କାଗଜପତ୍ର ଦର୍ଶାଇ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବାହାର କରି ନୂତନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବାକୁ ଚାହୁଁଥିବା ସ୍କୁଲ କମିଟିତର ସଦସ୍ୟ ଓ ସଦସ୍ୟାମାନେ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରିଥିଲେ । ଯାହାର ନଂ-ଡବ୍ଲୁପିସି-୨୦୬୭୭ କୋର୍ଟ ଏକ ବୈଠକ ଡାକି ନୂତନ ସ୍କୁଲ କମିଟି ଗଠନ କରି ତାହା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି କମିଟି ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଗ୍ରାମବାସୀ ଓ କମିଟି ତରଫରୁ ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ବାରୁଅ ପଞ୍ଚାୟତର ସରପଞ୍ଚ ଗୋପିନାଥ ମଳିକଙ୍କ ନେତୃତ୍ୱରେ ପ୍ରଧାନ ଶିକ୍ଷକ ପଙ୍କଜ କୁମାର ବେହୁରା, ପୂର୍ବତନ ସରପଞ୍ଚ ନାରାୟଣ ସ୍ୱାଇଁ, ଭାଗିରଥୀ ଜେନା, ମମତା ସ୍ୱାଇଁ ପ୍ରମୁଖ ଦାବି କରିଛନ୍ତି । 

Leave a Reply

Your email address will not be published. Required fields are marked *