ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

Spread the love

କେନ୍ଦ୍ରାପଡ଼ା : ରାସ୍ତା ଦୁର୍ଘଟଣା ହ୍ରାସ ସହ ଶୁନ୍ୟ ମୃତ୍ୟୁହାର ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରୁଛନ୍ତି । ଏହି ଉପଲକ୍ଷେ ଆଜି ଉପଲକ୍ଷେ ପୂର୍ବାହ୍ନ ୧୧ଟା ସମୟରେ ପ୍ରଦକ୍ଷଣ ଭବନ କକ୍ଷରେ ରାସ୍ତା ଓ କୋଠା ବାଡି ଓ ଆଂଚଳିକ ପରିବହନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଜିଲ୍ଲ୍‌ା ସଡକ ସୁରକ୍ଷା କମିଟି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ଜାତୀୟ ରାଜପଥ ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ କୁମାର ଓ ଆର.ଇ ପିଭିଏସ ବାବନ ସେଠୀ, ରାସ୍ତା ଓ କୋଠାବାଡି ଅଧିକ୍ଷଣ ଯନ୍ତ୍ରୀ ସରୋଜ ନାୟକ, ଆ ଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକ, ଡିଏସପି ବିରଂଚି ନାରାୟଣ ଜଗତି, ଅତିରିକତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ସଚ୍ଚିଦା ନନ୍ଦ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂହ ପ୍ରମୁଖ ଯୋଗ ଦେଇଥିଲେ । ଜାତୀୟ ରାଜପଥ ଅଥରିଟି ପକ୍ଷରୁ ଦିଆଯାଇଥିବା ପଦକ୍ଷେପ ଓଟ୍ରୋଲ ଫ୍ରି ନମ୍ବର ବିଶୟରେ ବୈଠକକୁ ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ କୁମାର ଅବଗତ କରାଇଥିଲେ । ରାସ୍ତା ଦୁର୍ଘଟଣାକୁ କମାଇବା ନିମନ୍ତେ ଜନ ସଚେତନତାର ଆବଶ୍ୟକ ଅଛି ବୋଲି ସେ କହିଥିଲେ । ରାସ୍ତା ନିର୍ମାଣର ମାନ ଉନ୍ନତ ହେଲେ ଦୁର୍ଘଟଣାକୁ କମାଇହେବ ବୋଲି ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ନାୟକ ମତବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ଦିର୍ଘଟଣା ପିଡିତଙ୍କୁ ଡାକ୍ତରଖାନା ନେବା ଓ ସେଠାରେ ସ୍ୱାସ୍ଥ୍ୟ ସେବା ଯୋଗଇବାରେ ସାହାଯ୍ୟ କରିଥିବା ଲୋକଙ୍କୁ ଭଲ ସାହାଯ୍ୟକାର୍ଯ୍ୟ ପୁରସ୍କାର ଆକାରରେ ୨ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ । ଆଜି ଜୁଇଦାସପୁର ଦୁହୁରିଆର ନରେନ୍ଦ୍ର ମଲ୍ଲିକଙ୍କୁ ୨ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଆଂଚଳିକ ପରିବହନ ଅଧିକାରୀଙ୍କ ସୂଚନା ଅନୁଯାଇ ଜଣାପଡିଛି ଯେ ୨୦୨୧-୨୩ ମସିହା ମଧ୍ୟରେ ୧୪ଜଣଙ୍କୁ ଭଲ ସାହାଯ୍ୟକାର୍ଯ୍ୟ ପୁରସ୍କାର କରାଯାଇଥିଲା । ଆଜିର ପୁରସ୍କୃତ ହୋଇଥିବା ଶ୍ରୀ ମଲ୍ଲିକଙ୍କୁ ମିଶାଇ ଏହିସଂଖ୍ୟା ୧୫ରେ ପହଂଚିଲା ବୋଲି ଅଧିକାରୀ ଶ୍ରୀ ନାୟକ କହିଥିଲେ । ବେଶି ଦୁର୍ଘଟଣା ଘଟୁଥିବା ନିକଟବର୍ତି ସ୍ଥାନଗୁଡିକର ପାଖାପାଖି ୨୯୦ଜଣଙ୍କୁ ରକ୍ଷକ ଟ୍ରେନିଂ ଯୋଜନାରେ ସାମିଲ କରାଯାଇଛି ବୋଲି ସେ ମଧ୍ୟ ସୁଚନା ଦେଇଥିଲେ । ସୋଲାସିୟମ ସ୍କିମ ମାଧ୍ୟମରେ ଅଜଣା ଗାଡି ଦୁର୍ଘଟଣା ପ୍ରାଣହରାଇଥିବା ୧୧ଜଣ ବ୍ୟକ୍ତିଙ୍କୁ ଏସ.ଟି.ଏ କଟକ ମାଧ୍ୟମରେ ୨ଲକ୍ଷ ଟଙ୍କା ଲେଖାଁଏ କ୍ଷତି ପୁରଣ ଅର୍ଥରାଶି ପ୍ରଦାନ କରାଯାଇଛି । ଆ ଳିକ ପରିବହନ ଅଧିକାରୀଙ୍କ ତଥ୍ୟ ଅନୁଯାଇ ଜଣାଯାଏ ଯେ ୨୦୨୨ମସିହାରେ ଘଟିଥିବା ୯୫ଟି ରାସ୍ତା ଦୁର୍ଘଟଣାରେ ୧୦୪ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୩ ଏପ୍ରିଲ ମାସ ସୁଧ୍ୟା ୪୯ଟି ରାସ୍ତା ଦୁର୍ଘଟଣାରେ ୫୦ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ କମାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବିଶୟରେ ଆଲୋଚନା କରାଯାଇଥିଲା । 

Leave a Reply

Your email address will not be published. Required fields are marked *