ବାରୁଅ ଅଙ୍ଗୁଳାଇ ରାସ୍ତା ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଚ୍ଛେଦ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ତହସିଲ ଅଧିନ ବାରୁଅ ପଞ୍ଚାୟତର ବାରୁଅ ବଜାରରେ ସରକାରୀ ଜମି ଉପରେ ବେଆଇନ ଭାବେ ତିଆରି ହୋଇଥିବା ଦୋକାନ ଗୃହ ଗୁଡିକୁ ଆଜି ଭଙ୍ଗାଯାଇ ଜବରଦଖଲ ଉଚ୍ଛେଦ କରାଯାଇଛି । ବାରୁଅ ଅଙ୍ଗୁଳାଇ ରାସ୍ତାର ପ୍ରଶସ୍ତିକରଣ ପାଇଁ ଜେସିବି ଲଗାଇ ଜିଲ୍ଲା ପ୍ରଶାସନ ଏହି ଦୋକାନ ଘର ଗୁଡିକୁ ଉଚ୍ଛେଦ କରିଥିବା ଜଣାପଡିଛି । ଏନେଇ ପୂର୍ବରୁ ଦୋକାନ ମାଲିକ ଓ ଘର କରିଥିବା ଲୋକ ମାନଙ୍କୁ ବାରମ୍ବାର ନୋଟିସ ଦେଇ ସତର୍କ କରାଯାଇ ଥିଲେ ମଧ୍ୟ ସେମାନେ ନିଜ ନିଜ ଘର ଭାଙ୍ଗି ନଥିଲେ । ତେବେ ଜିଲ୍ଲା ପ୍ରଶାସନ ଆଜି ପୋଲିସ ଫୋର୍ସ ମୁତୟନ କରି ଜବର ଦଖଲ ଉଚ୍ଛେଦ କରିଥିଲେ । ଉଚ୍ଛେଦ ସ୍ଥଳରେ ତହସିଲଦାର ଅଞ୍ଜଳୀ ତରାଇ, ନିଜେ ଉପସ୍ଥିତ ରହି ଉଚ୍ଛେଦ ପ୍ରକ୍ରିୟାକୁ ନିରୀକ୍ଷଣ କରିଥିବା ବେଳେ ନିକିରାଇ ଥାନା ଅଧିକାରୀ ଜ୍ୟୋର୍ତିମୟୀ ସେଠୀ ଓ ଅନ୍ୟ ପୋଲିସ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *