ଗରଦପୁର ତହସିଲ ଚାଷୀଙ୍କୁ କ୍ଷତିପୁରଣ ଦେବା ବଦଳରେ ଆକାଉଣ୍ଟରୁ କାଟି ନେଉଛି ଟଙ୍କା

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ତହସିଲ ଅନ୍ତର୍ଗତ ପାଟକୁରା ପଞ୍ଚାୟତର ଜଗଦଳପୁର ଗ୍ରାମର ଚାଷୀଙ୍କର ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଥିବା କ୍ଷୟକ୍ଷତି ଟଙ୍କା ପାଇବା ପରିବର୍ତେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟି ଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ରୁ ପ୍ରକାଶ ଯେ, ୨୦୨୨ ମସିହା ଅକ୍ଟୋବର ମାସରେ ଅଦିନିଆ ବର୍ଷାରେ ଗରଦପୁର ତହସିଲରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା । ଆରଆଇ ଓ ସୁପର ଭାଇଜରଙ୍କ ତଦାରଖ କରି ରିପୋର୍ଟ ପ୍ରଦାନ ପରେ ଏହି ତହସିଲ ଅଧିନରେ ଥିବା ଅନେକ ଚାଷୀଙ୍କ ଆକାଉଣ୍ଟକୁ ଦୁଇ ଦୁଇ ଥର କ୍ଷତିପୁରଣ ଟଙ୍କା ଆସିଥିବା ବେଳେ ତ୍ରିଲୋଚନ ପରିଜା, ଅଲେଖ ଚରଣ ଜେନାଙ୍କ ଆକାଉଣ୍ଟକୁ ଟଙ୍କା ନଆସି ଓଲଟା ତ୍ରିଲୋଚନ ଙ୍କ ଆକାଉଣ୍ଟରୁ ୨୮୫୬ ଟଙ୍କା ଓ ଅଲେଖ ଚରଣ ଜେନାଙ୍କ ଆକାଉଣ୍ଟରୁ ୧୦୦୦ ଟଙ୍କା କଟି ଯାଇଥିବା ଅଭିଯୋଗ ହୋଇଛି । ଉଭୟ ତ୍ରିଲୋଚନ ପରିଜା ଓ ଅଲେଖ ଚରଣ ଜେନା ଏନେଇ ବାରମ୍ବାର ଗରଦପୁର ତହସିଲ ରେ ଅଭିଯୋଗ କଲେ ମଧ୍ୟ ଟଙ୍କା ଫେରାଉ ନଥିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସମିତି ସଭ୍ୟ ରାକେଶ ମହାପାତ୍ରଙ୍କ ନେତୃତ୍ୱରେ ଜଟାଧାରୀ ମଲ୍ଲ, ସରୋଜ ଜେନା, ଶରତ ଚନ୍ଦ୍ର ମଲିକ, ନରେଶ ନାୟକ, ପର୍ଶୁରାମ ସାହୁ, ଶିବବ୍ରତ ମହାପାତ୍ର ପ୍ରମୁଖ ଚାଷୀ କ୍ଷତିପୁରଣ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *