ମା ଦରିଆ ରାମଚଣ୍ଡୀ ମନ୍ଦିରକୁ ୬ କୋଟି ଅନୁଦାନ ପାଇଁ କୃତଜ୍ଞତା

Spread the love

କେନ୍ଦ୍ରାପଡ଼ା : ମହାକାଳପଡ଼ା ଅଂଚଳର ଆରାଧ୍ୟା ଦେବୀ ମା ଦରିଆ ରାମଚଣ୍ଡୀ ମନ୍ଦିରର  ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ତଥା ମନ୍ଦିର ପରିସରର ବିକାଶ ପାଇଁ ୬ କୋଟି ଟଙ୍କା ଅନୁଦାନ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଅନୁଦାନ ପାଣ୍ଠିରୁ ୫ଟି ତରଫରୁ ମିଳି ଥିବାରୁ ମନ୍ଦିର ପରିଚାଳନା ସମିତି କୃତଜ୍ଞତା ଜ୍ଞାପନ କରିଛି । ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ, ବ୍ଲକ ଆତ୍ମା ଅଧ୍ୟକ୍ଷ ବିଜୟ ଜେନା, ରାମନଗର ସରପଂଚ ମିଲନ ଦେବନାଥ, ଜିଲ୍ଲା ପରିଷଦ ସଦସ୍ୟ ସୈଲେନ ମଣ୍ଡଳ, ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ, ଅଶୋକ ସ୍ୱାଇଁ, ବିଜୟ ଶୁକ୍ଳା ପ୍ରମୁଖ ମହାକାଳପଡା ବାସୀଙ୍କ ତରଫରୁ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ଓ ମନ୍ଦିର ପରିଦର୍ଶନରେ ଆସିଥିବା ୫ଟି ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *