କେନ୍ଦ୍ରାପଡ଼ା ପୈାରାଂଚଳରେ ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଆବାସ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଂଚଳର ବିଭିନ୍ନ ୱାର୍ଡରେ ବସବାସ କରୁଥିବା ଗରିବ ଶ୍ରେଣୀର ପ୍ରକୃତ ହିତାଧିକାରୀମାନଙ୍କୁ ଆବସ ଯୋଜନାରେ ସାମିଲ କରାଯାଉ ନଥିବା ନେଇ ଅଭିଯୋଗ ହୋଇଛି । ବିଭିନ୍ନ ୱାର୍ଡର କାଉନସିଲର ମାନେ ନିଜ ନିଜ ୱାର୍ଡର ପ୍ରକୃତ ଉପଯୁକ୍ତ ହିତାଧିକାରୀ ମାନଙ୍କ ତାଲିକା ପ୍ରସ୍ତୁତ କରି ପୈାର କାର୍ଯ୍ୟାଳୟରେ ଦାଖଲ କରିଥିବା ବେଳେ ବିଭିନ୍ନ କାରଣରୁ ଏହାର ଚୂଡାନ୍ତ ତାଲିକା ପ୍ରକାଶ କରାଯାଇ ପାରୁନାହିଁ । ଫଳରେ ପ୍ରକୃତ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇପାରୁ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି । ଏନେଇ ଆବାସ ପାଇବାକୁ ଥିବା ହିତାଧିକାରୀ ମାନେ ନିଜ ନିଜ ଭଙ୍ଗା ଚାଳଘରେ ପରିବାର ସହ ଦୟନୀୟ ଅବସ୍ଥାରେ ଜୀବନ ବିତାଉ ଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *