ଆଇଓସିଏଲ୍ ଗ୍ୟାସ୍ ପାଇପ୍ ବିଛାଇବା ଘଟଣା,  ଚାଷ ଜମି ନଷ୍ଟ

Spread the love

କେନ୍ଦ୍ରାପଡ଼ା : ମହାକାଳପଡା ତହସିଲ ଅନ୍ତର୍ଗତ ପାଟଳିପଙ୍କ, ଗଡୋରମିତ, ତେରଙ୍ଗା ପଂଚାୟତର ଚାଷ ଜମିରେ ଆଇଓସିଏଲ୍ ପକ୍ଷରୁ ୬୦ ଫୁଟ କରିଡର ହିସାବରେ ଗ୍ୟାସ୍ ପାଇପ୍ ବିଛାଯାଇ ପାରାଦ୍ୱିପ ଠାରୁ ହଳଦିଆ ପୋର୍ଟ ପର୍ଯ୍ୟନ୍ତ ନିଆଯାଇଛି । ଏହି ପାଇପ୍ ଲାଇନ ବିଛାଇବା ଫଳରେ ଉକ୍ତ ଅଂଚଳର ହଜାର ହଜାର ହେକ୍ଟର ଚାଷ ଜମି ଖାଲ ଖମାରେ ଭର୍ତି ହୋଇଯିବା ଫଳରେ ଚାଷୀମାନେ ଚଳିତ ବର୍ଷ ଚାଷ କରିପାରି ନାହଁନ୍ତି । ଆଇଓସିଏଲ୍ କମ୍ପାନୀ ସର୍ତ ମୁତାବକ ପାଇପ ବିଛାଇବା ପରେ ଚାଷ ଜମି ଗୁଡିକୁ ମାଟି ଉଠାଇ ବିଲରେ ହିଡ ବାଡ ଦେବ । କିନ୍ତୁ କମ୍ପାନୀ ତାହା ନକରିବାରୁ ଚାଷ ଜମି ଗୁଡିକ ନଷ୍ଟ ହୋଇଯିବା ଫଳରେ ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀ ମାନେ ଚାଷ କାର୍ଯ୍ୟର ଅନୁକୂଳ କରିପାରି ନାହାଁନ୍ତି । ଉକ୍ତ ଅଂଚଳର ଚାଷୀମାନେ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରିବା ସହିତ ଚାଷୀ ମାନଙ୍କ ଫସଲ କ୍ଷୟକ୍ଷତି ର ଆକଳନ କରାଯାଇ କ୍ଷତିପୁରଣ ଦେବାପାଇଁ ଶଶିକାନ୍ତ ମହାନ୍ତି, ସତ୍ୟାନନ୍ଦ ମହାନ୍ତଙ୍କ ସମେତ ବହୁ ଚାଷୀ ଦାବି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *