ବଗଡ଼ା ପ୍ରାଥମିକ ସମବାୟ ସମିତିର ନୂତନ ଗୃହର ଭିତିପ୍ରସ୍ତର ସ୍ଥାପନ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପ୍ରାଥମିକ କୃଷି ସମବାୟ ସମିତିର ନୂତନ ଗୃହ ନିମନ୍ତେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କଟକ ଡିଭିଜନ ସମବାୟ ସମିତି ନିବନ୍ଧକ ମୋନିକା ରାୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମିତିର ନୂତନ କାର୍ଯ୍ୟାଳୟ ଓ ଡିପୋଜିଟ କାଉଂଟର ଗୃହର ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପ ନିବନ୍ଧକ ସନ୍ତୋଷ କୁମାର ଦାସ, ସହକାରୀ ଉପ ନିବନ୍ଧକ ଗୁରୁ ପ୍ରସାଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସମିତିର ସଭାପତି ଇଂ ଅକ୍ଷୟ କୁମାର ପାଣି ପୈାରୋହିତ୍ୟ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂପଦକ କାଳନ୍ଦୀ ବିଶ୍ୱାଳ, ନିର୍ଦ୍ଦେଶକ ବିଜୟ କେତନ ଜେନା, ସୁଜିତ ବେହେରା, ପ୍ରତାପ ଜେନା, ଜ୍ଞାନ ରଞ୍ଜନ ସାହୁ, ଅଭୟ ପ୍ରସାଦ ପାଣି, ଦୟାନିଧି ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *