ଗିରି ଗୋବର୍ଦ୍ଧନ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଖୋଲିଲା ମୁଗ ମଣ୍ଡି

Spread the love

କେନ୍ଦ୍ରାପଡ଼ା : ଜମଧର ଠାରେ ଥିବା ନିୟନ୍ତ୍ରିତ ବଜାର କମିଟି ନିକଟରେ ଗିରି ଗୋବର୍ଦ୍ଧନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପକ୍ଷରୁ ରବି ଫସଲ ମୁଗ, ବିରି, ମଣ୍ଡି ଉଦ୍‌ଘାଟନ ହୋଇଯାଇଛି । ଜିଲ୍ଲା ଚାଷୀ ଶ୍ରମିକ ସଂଘର ସଭାପତି ପଣ୍ଡିତ ଶରତ ଚନ୍ଦ୍ର ମିଶ୍ର, ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦିପ ମହାନ୍ତି, ଜମଧର ପ୍ରାଥମିକ ସମବାୟ ସମିତିର ସଭାପତି ଧରଣୀଧର ଦାସ, ସରପଂଚ ରାଜକିଶୋର ଖୁଣ୍ଟିଆ, ଅଞ୍ଜନା ପଲାଇ ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କର ସୁବିଧା ପାଇଁ ଏହି ମଣ୍ଡି ଖୋଲା ଯାଇଥିବା ପ୍ରକାଶ କରିଥିଲେ । ସ୍ଥାନୀୟ ଅଂଚଳର ଚାଷୀମାନେ ସେମାନଙ୍କର ଆଧାର କାର୍ଡ, ବ୍ୟାଙ୍କ ପାସ୍ ବୁକ ସହିତ ଏହି ମଣ୍ଡିରେ ମୁଗ ଦେଇ ପାରିବେ ବୋଲି ଜଣାପଡିଛି । 

Leave a Reply

Your email address will not be published. Required fields are marked *