ଜାତୀୟ ଚମ୍ପିଅନସିପ୍ ପ୍ରତିଯୋଗିତା : କେନ୍ଦ୍ରାପଡା କ୍ରୀଡାବିତଙ୍କୁ ୪ ସ୍ୱର୍ଣ୍ଣ ଓ ୨ ରୈାପ୍ୟ

Spread the love

କେନ୍ଦ୍ରାପଡ଼ା : ଜାତୀୟ ସ୍ତରର ୩ ଦିନିଆ ଚମ୍ପିଅନସିପ୍ ପ୍ରତିଯୋଗିତାରେ ଭାଗ ନେଇଥିବା କେନ୍ଦ୍ରାପଡାର କ୍ରୀଡାବିତମାନେ ୪ ସ୍ୱର୍ଣ୍ଣ ଓ ୨ ରୈାପ୍ୟ ପଦକ ହାସଲ କରି କୃତୀତ୍ୱ ଅର୍ଜନ କରିଥିବା ଜଣାପଡିଛି । ମଧ୍ୟପ୍ରଦେଶ ର ଗ୍ୱାଲିଅର ଠାରେ ନାନାଜୀ ଇନସିଚୁଟ ଅଫ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ ପରିସରରେ ସ୍ଫୋର୍ଟ ଡେଭଲୋପ୍‌ମେଣ୍ଟ ଆଣ୍ଡ ପ୍ରମୋଶନ ଫେଡେରେଶନ ଅଫ ଇଣ୍ଡିଆ ତରଫରୁ ୩ ଦିନିଆ ଜାତୀୟ ଚମ୍ପିଅନ ସିପ୍ ପ୍ରତିଯୋଗିତାର ଆୟୋଜନ କରାଯାଇ ଥିଲା । ଏଥିରେ କେନ୍ଦ୍ରାପଡାରୁ କୋଚ ସୈାକତ ଖାନଙ୍କ ନେତୃତ୍ୱରେ ୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ସାହାଦତ ଖାନ(୭) ୫ କିମି ଦୈାଡରେ ସ୍ୱର୍ଣ୍ଣ ପଦକ, ରାମେୟା ଫିରଦୋଷ(୧୬) ୫ ହଜାର ମିଟର ଦୈାଡରେ ସ୍ୱର୍ଣ୍ଣ, ପୁନମ ସାହୁ(୧୬) ୩ ହଜାର ମିଟର ଦୈାଡରେ ସ୍ୱର୍ଣ୍ଣ, ପୁପୁ ସାଗର ସିହ୍ନା(୧୪) ୧୫ ହଜାର ମିଟର ଦୈାଡରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ସରୋଜ କୁମାର ଲାଗୁନ(୧୯) ୪୦୦ ମିଟର ଦୈାଡରେ ରୈାପ୍ୟ ଓ ବିଶ୍ୱଜିତ ପଣ୍ଡା(୧୯) ୫ ହଜାର ମିଟର ଦୈାଡରେ ରୈାପ୍ୟ ପଦକ ହାସଲ କରିଛନ୍ତି । ମ୍ୟାନେଜର ଭାବରେ ସେକ ସାକିଲ ଓ ସଂପାଦକ ଭାବେ ଜଗଦିଶ ସାମଲ କ୍ରୀଡାବିତ ମାନଙ୍କ ସହିତ ଗ୍ୱାଲିଅର ଯାତ୍ରା କରିଥିଲେ ।

Leave a Reply

Your email address will not be published. Required fields are marked *