ଓଡିଶା ପ୍ରସିଦ୍ଧ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ଦ୍ୱିତୀୟ ପର୍ଯ୍ୟାୟରେ

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ଆରାଧ୍ୟ ଦେବ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଥିବା ଦେଖିବାକୁ ମିଳୁଛି । ଆସନ୍ତା ୨୦ ତାରିଖରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ହେବାକୁ ଥିବା ବେଳେ ବିଶ୍ୱକର୍ମା ବଢେଇ ସେବକ ମାନେ ରଥକୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ ଦିନ ରାତି ଏକ କରି ଦେଇଛନ୍ତି । ଅସହ୍ୟ ଗରମ ଓ ଗୁଳୁଗୁଳି ସତ୍ୱେ ମହାପ୍ରଭୁଙ୍କ ରଥକୁ ସଂପୂର୍ଣ୍ଣ କରିବାରେ କୈାଣସି ପ୍ରକାର ହେଳା ନକରି ନିର୍ମାଣ କାର୍ଯ୍ୟକୁ ଅବ୍ୟାହତ ରଖିଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ପାରା ପିଠି ଖଞ୍ଜିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରିଛି । ତେବେ ନେତ ଉତ୍ସବ ଆସନ୍ତା ୧୯ ତାରିଖ ସୋମବାର ସଂନ୍ଧ୍ୟା ସମୟରେ ଅନୁଷ୍ଠିତ ହେବ । ଏହି ଦିନ ସଂପୂର୍ଣ୍ଣ କରାଯାଇ ଥିବା ରଥରେ ଦଧି କଳସ ସ୍ଥାପନ, ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରଥ ସଂପୂର୍ଣ୍ଣ ହେବା ସହ ପ୍ରତିଷ୍ଠା କାର୍ଯ୍ୟ ସମାପ୍ତି ପରେ ଜୀଉ ମାନଙ୍କୁ ଶ୍ରୀ ଗୁଣ୍ଡିଚା ଦିନ ତିନି ଠାକୁର ରଥକୁ ବିଜେ କରିବେ ।

Leave a Reply

Your email address will not be published. Required fields are marked *