୨୦୦ ୟୁନିଟ ମାଗଣା ବିଦ୍ୟୁତ୍ ପାଇବା ପାଇଁ ଆମ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆମ ଆଦମୀ ପାର୍ଟିର ତରଫରୁ ଜନ ସାଧାରଣଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ଦାବି କରାଯାଇଛି । ୨୦୨୧ ମସିହାରୁ ଏଥିପାଇଁ ଦଳ ତରଫରୁ ବାରମ୍ବାର ଦାବି କରାଯାଇ ରାଜ୍ୟ ସଭାପତି ନିଶୀକାନ୍ତ ମହାପାତ୍ର ୧୦ ଦିନ କାଳ ଧାରଣାରେ ବସିଥିଲେ । ତେବେ ଏହା ରାଜ୍ୟ ବାସୀଙ୍କର ନାର୍ଯ୍ୟ ଦାବି ବୋଲି ପାର୍ଟି ତରଫରୁ ପୁର୍ବାର ଘୋଷଣା କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଲକ୍ ରୋଡର ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ସନ୍ଦିପ୍ତ ଦାସଙ୍କ ସମେତ ସଂପାଦକ ସୂର୍ଯ୍ୟକାନ୍ତ ପରିଡା, ଉପ ସଭାପତି ଅପୂର୍ବ ରଞ୍ଜନ ସେଠୀ, ନଗର ସଭାପତି ଅବଦୁଲ ତାହିର, ଇନ୍ତଫାକ ସାହିଲ ଖାନ, ଅବଦୁଲ ସବୀର, ମହମ୍ମଦ ସାହିଲ ପ୍ରମୁଖ ଉପସ୍ଥିତ ରହି ପାର୍ଟିର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଆସନ୍ତା ୮ ତାରିଖରେ ଆମ ଆଦମୀ ପାର୍ଟିର ରାଜ୍ୟ ସଂଗଠନ ପକ୍ଷରୁ ଲକ୍ଷ ଲକ୍ଷ ଦସ୍ତଖତ ସମ୍ବଳିତ ଦାବିପତ୍ର ମାନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ଠାରେ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *