ଉର୍ଦ୍ଦୁ ଶିକ୍ଷକ ନଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀ ଅସନ୍ତୋଷ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡରେ ଥିବା ସର୍ବ ପୁରାତନ ଫେଜର୍ସ ବାଳିକା ବିଦ୍ୟାଳୟ ରେ ଉର୍ଦ୍ଦୁ ଶିକ୍ଷକ ଯୋଗାଇ ଦେବାକୁ ଅଭିଭାବକ ମାନେ ଦାବି କରିଛନ୍ତି । ଏଠାରେ ପୂର୍ବରୁ କାର୍ଯ୍ୟରତ ଥିବା ଉର୍ଦ୍ଦୁ ଶିକ୍ଷକଙ୍କୁ ପଦୋନ୍ନତି ସହ ମହିପାଳ ହାଇସ୍କୁଲକୁ ସ୍ଥାନାନ୍ତର କରାଯାଇ ଥିବାରୁ ଉର୍ଦ୍ଦୁ ଶିକ୍ଷକ ପଦବୀଟି ଏହି ସ୍କୁଲରେ ଖାଲିପଡିଛି । ବିଦ୍ୟାଳୟ ୨୧୩ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଉର୍ଦ୍ଦୁ ଭାଷା ଅଧ୍ୟୟନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ନୂତନ ଉର୍ଦ୍ଦୁ ଶିକ୍ଷକ ଯୋଗାଇ ଦେବାକୁ ସ୍କୁଲ ପରିଚାଳନା କମିଟିର ସଦସ୍ୟ, ସଦସ୍ୟା ଓ ଅଭିଭାବକମାନେ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave a Reply

Your email address will not be published. Required fields are marked *