ଅନାବାଦୀ ଜାଗା ଜବର ଦଖଲ କୁ କିନ୍ନରଙ୍କ ବିରୋଧ

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ତେଲେଙ୍ଗା ବସନ୍ତ ଗ୍ରାମରେ ଅନାବାଦୀ ଜାଗାକୁ କେତେକ ଖଳ ପ୍ରକୃତିର ବ୍ୟକ୍ତି ଜୋର ଜବରଦସ୍ତ ନିଜ ଅକ୍ତିଆର ରେ ରଖିଥିବାରୁ ଯାତାୟତରେ ବହୁ ଅସୁବିଧା ହେଉଛି । ଏହାକୁ କଲି କିନ୍ନର ବିରୋଧ କରି ଜିଲ୍ଲାପାଳଙ୍କ ନିକରେ ଅଭିଯୋଗ କରିଛନ୍ତି । ଅନାବାଦୀ ଜାଗାକୁ ଜବର ଦଖଲ କରିଥିବାରୁ ସ୍ଥାନୀୟ ଅଞ୍ଚଳର ପିଲାମାନେ ସ୍କୁଲକୁ ଯିବା ଆସିବାରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏବଂ ଚାରି ଚକିଆ ଯାନ ଗ୍ରାମ ଭିତରକୁ ପ୍ରବେଶ କରିପାରୁ ନାହିଁ । ତୁରନ୍ତ ଏହି ରାସ୍ତାକୁ ଲାଗିଥିବା ଅନାବାଦୀ ଜାଗାକୁ ଲୋକ ମାନଙ୍କ ଠାରୁ ମୁକ୍ତ କରିବା ପାଇଁ ଲକି କିନ୍ନର ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *