ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ଆତ୍ମାର ସଦ୍ଗତି କାମନା କରି ଅଭୟା ଯୁବକ ସଂଘ ପକ୍ଷରୁ ସମୂହ ପ୍ରାର୍ଥନା ଓ ଦୀପ ଦାନ

Spread the love

କେନ୍ଦ୍ରାପଡା : ବାଲେଶ୍ୱର ର ବାହାନଗା ଠାରେ ଘଟି ଯାଇଥିବା ମର୍ମଦୁନ୍ତ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ଆତ୍ମାର ସଦ୍ଗତି କାମନା କରି ଓ ଆହତ ମାନଙ୍କ ଆଶୁ ଆରୋଗ୍ୟ ଲାଭ ପାଇଁ ଅଭୟା ଯୁବକ ସଂଘ ପକ୍ଷରୁ ସମୂହ ପ୍ରାର୍ଥନା ଓ ଦୀପ ଦନ କରାଯାଇଛି । ସଂଘର ସଭାପତି ତଥା କାଉନସିଲର ପ୍ରଦିପ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ହିମାଂଶୁ ଶେଖର ଦାସ, ପ୍ରମୋଦ କୁମାର ମହାରଣା, ହଳାୟୁଧ ଦାସ, ନାରାୟଣ ଷଡଙ୍ଗୀ, କାର୍ତିକେୟ ନନ୍ଦ, ରମେଶ ମହାରଣା, ମନୋଜ କୁମାର ତ୍ରିପାଠୀ, ଜଗନ୍ନାଥ କର, ସରୋଜ ମହାରଣା, ମାନସ ନନ୍ଦ ଓ ଶୁଭମ ଦାସ ପ୍ରମୁଖ ଉପସ୍ଥିତ ରହି ଦୀପ ଦାନ ଓ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *