ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ, ଡେପୁଟି କଲେକ୍ଟର ତଥା ଜରୁରୀ କାଳୀନ ଅଧିକାରୀ ଅନ୍ୟନ୍ୟା ତ୍ରିପାଠୀ, ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ ଏବଂ ପାଟକୁରା ବିଧାୟକଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲ ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଗାମୀ ବର୍ଷାଋତୁ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରିବାକୁ ପ୍ରାକ୍ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରା ଯାଇଥିଲା । ବନ୍ୟା, ବାତ୍ୟା ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ କୁ ସମ୍ମୁଖୀନ ହେବାପାଇଁ ଆଗୁଆ ପ୍ରସ୍ତତି ସ୍ୱରୂପ ବିଭିନ୍ନ ନଦୀ ଗୁଡିକର ସମ୍ଭାବ୍ୟ ଘାଇ ଗୁଡିକୁ ତୁରନ୍ତ ମରାମତି କରିବା, ଦୁର୍ବଳ ହୋଇଥିବା ନଦୀ ବନ୍ଧକୁ ଆବଶ୍ୟକ ସ୍ଥଳେ ମାଟି ପକାଇ ଉଚ୍ଚା କରିବା, ଘଳିଆ ପଡୁଥିବା ସ୍ଥାନ ଗୁଡିକରେ ଆଗୁଆ ବାଲି ବସ୍ତା ଗଚ୍ଛିତ ରଖିବା ପ୍ରଭୃତି ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଥିଲା । ମୈାସୁମୀ ଆସିବା ପୂର୍ବରୁ ଜୁନ ୧୫ ତାରିଖ ସୁଦ୍ଧା ସମସ୍ତ ଘାଇ, ନଦୀବନ୍ଧ ଓ ଘଳିଆ ସ୍ଥାନ ମରାମତି କରିବା ପାଇଁ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *