ଶିକ୍ଷା ଜିଲ୍ଲା ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ପ୍ରତ୍ୟାହାର

Spread the love

କେନ୍ଦ୍ରାପଡ଼ା : ଜିଲ୍ଲାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତିରେ କାଳକ୍ଷେପଣ ନୀତି ବିରୁଦ୍ଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇ ଥିବା ଧାରଣାକୁ ଶିକ୍ଷା ଅଧିକାରୀଙ୍କ ଲିଖିତ ପ୍ରତିଶ୍ରୁତି ପରେ ପ୍ରତ୍ୟାହାର କରିନିଆ ଯାଅଛି । ଜିଲ୍ଲା ଏଲିମେଟାରୀ ଟି.ଜି. ଶିକ୍ଷକ ସଂଘ ତରଫରୁ ଆୟୋଜିତ ଧାରଣାରେ ଓସ୍ତାର ପ୍ରାକ୍ତନ ରାଜ୍ୟ ସମ୍ପାଦକ ତ୍ରୈଲୋକ୍ୟ ସ୍ୱାଇଁ, ଶିକ୍ଷକ ମହାସଂଘର ପ୍ରାକ୍ତନ ବ୍ଲକ୍ ସମ୍ପାଦକ କାର୍ତିକ ଚରଣ ନାୟକ, ବରିଷ୍ଠ ଶିକ୍ଷାବିତ୍ ଭଜକୃଷ୍ଣ ରାଉତ, ଶୁଭାଂଶୁ କୁମାର ଦାସ, ରମେଶ ସାହାଣୀ, ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ପୀତବାସ ପଣ୍ଡା, କମଳାକାନ୍ତ ଦାଶ, ଅନନ୍ତ ପରିଡା, ଗୋଲଖ ବିହାରୀ ମଲ୍ଲିକ, ଅଶୋକ କୁମାର ପରିଡା, ଲଲାଟ କିଶୋର ଭୂୟାଁ, ରମାକାନ୍ତ ମିଶ୍ର, ପ୍ରଭାକର ନାୟକ, ଗଙ୍ଗାଧର ଦଳାଇ ସମେତ ଶିକ୍ଷକ ନେତାମାନେ ବକ୍ତବ୍ୟ ଉପସ୍ଥାପନ କରି ଶିକ୍ଷକ ମାନଙ୍କ ନାଯ୍ୟ ଦାବି ପୁରଣ କରାନଗଲେ ଭବିଷ୍ୟତରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସୂଚାଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *