ଆର.ବି.ଏସ୍‌.କେ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

Spread the love

କେନ୍ଦ୍ରାପଡ଼ା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆର.ବି.ଏସ୍‌.କେ ରାଷ୍ଟ୍ରିୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅନୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଆର.ବି.ଏସ୍‌.କେ ର ମ୍ୟାନେଜର, ଡି.ଇ.ଆଇ.ସି ର କର୍ମକର୍ତା, ବ୍ଲକ ସ୍ତରୀୟ ଏମ୍‌.ଏଚ୍‌.ଟି ଟିମ୍ ଏବଂ ବ୍ଲକ ଡାଟା ମ୍ୟାନେଜର ପ୍ରମୁଖ ଉପସ୍ଥିତ ରହି ହେଲଥ୍ ଟିମ ଜିଲ୍ଲାର ପ୍ରତ୍ୟେକ ସ୍କୁଲ ଅଙ୍ଗନୱାଡି କେନ୍ଦ୍ର ବୁଲି ହୃଦ୍‌ଘାତ ରୋଗରେ ପିଡିତ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଜଣାଇବା ଏବଂ ଶିଶୁର ଯତ୍ନ ନେବା ବିଷୟରେ ଆଲୋଚନା କରାଯାଇ ଥିଲା । ଏଥି ସହିତ ହୃଦ୍‌ଘାତ ରୋଗରେ ପିଡିତ ଥିବା ଶିଶୁ ମାନେ ସତ୍ୟସାଇ ଚିକିତ୍ସାଳୟ, ଅହମଦାବାଦ, ରବିନ୍ଦ୍ରନାଥ ଟାଗୋର ହସପିଟାଲ, କଲିକତା, ନାରାୟଣ ହୃଦାଳୟ କଲିକତା ପ୍ରମୁଖରେ ଚିକିତ୍ସିତ ହେଉଥିବା ଶିଶୁ ମାନଙ୍କର ସଂପୂର୍ଣ୍ଣ ବିବରଣୀ ସଂଗ୍ରହ କରିବା ବିଷୟରେ ଆଲୋଚନା କରାଯାଇ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *