ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥାର ଅବହେଳା ରୁ ଦୁର୍ଘଟଣାର ଆଶଙ୍କା

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନ ଓ ପୈାରାଞ୍ଚଳରେ ପୁରୁଣା ବିଦ୍ୟୁତ୍ ତାର ଯୋଗୁଁ ଉପଭୋକ୍ତା ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁରୁଣା ବିଦ୍ୟୁତ୍ ତାର ଗୁଡିକ ଛିଣ୍ଡିଯିବା ଏବଂ ଗଛ ଡାଳ ପଡିବା ଯୋଗୁଁ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହୁଛି । କେନ୍ଦ୍ରାପଡା ପୋରାଞ୍ଚଳର ୨ନଂ ୱାର୍ଡର ବଡବାରଙ୍ଗ ବିଦ୍ୟାଳୟ ଠାରୁ ମଧ୍ୟଖଣ୍ଡି ଗ୍ରାମ ରାସ୍ତାରେ ଏଲଟି ଲାଇନ ଅଧା କେବୁଲ କରାଯାଇ ଆଉ ଅଧା ଛାଡି ଦିଆଯାଇଛି । ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହେବ ଏଲଟି ଲାଇନ ଉପରେ ସାମାନ୍ୟ ପବନ ହେଲେ ଡାଳ ପଡିଯିବାରୁ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଉଛି । ଏ ବିଷୟରେ ବାରମ୍ବାର ଟାଟା ପାୱାର କୁ ଅବଗତ କରାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନ ନେବାରୁ ଉପଭୋକ୍ତା ମାନେ ୮ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଅଘୋଷିତ ବିଦ୍ୟୁତ୍ କାଟ ର ସମ୍ମୁଖୀନ ହେବା ସହ ହଇରାଣ ହେଉଛନ୍ତି । ଏଥି ସହ ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଗୁଡିକ ଭଙ୍ଗା ଓ ଦଦରା ଅବସ୍ଥାରେ ରହିଛି । ଏହି ଖୁଣ୍ଟକୁ ବଦଳାଇବା ସହ ସଂପୂର୍ଣ୍ଣ ଅଞ୍ଚଳରେ କେବୁଲ ତାର ପକାଇବା ପାଇଁ ବରିଷ୍ଠ ନାଗରିକ ଗଣେଶ୍ୱର ମେକାପ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *