ସଲ କେନାଲ ନବୀକରଣ ନାମରେ ରାସ୍ତା ଉପରେ ମାଟି,  ଦୈନିକ ଘଟୁଛି ଦୁର୍ଘଟଣା

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ସହର ଭିତରେ ଥିବା ଗୋବରୀ କେନାଲର ନବୀକରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ କାମ ନେଇଥିବା ଠିକାଦାର ର ମନମୁଖୀ କାର୍ଯ୍ୟପାଇଁ ଦୈନିକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । କେନାଲର ଫକିରାବାଦ ପୋଲ ଠାରୁ କେନ୍ଦ୍ରାପଡା ବ୍ଲକ ପର୍ଯ୍ୟନ୍ତ କେନାଲ ବନ୍ଧର ରାସ୍ତା ବିପଦ ଶଙ୍କୁଳ ହୋଇ ପଡିଛି । କେନାଲରୁ ଜେସିବି ଦ୍ୱାରା ମାଟି ଉଠାଯାଇ ରାସ୍ତା କଡରେ ଜମା କରାଯାଉ ଥିବା ଓ ଏହାକୁ ଟ୍ରାକ୍ଟର ଯୋଗେ ଅନ୍ୟତ୍ର ସ୍ଥାନାନ୍ତର କରା୍‌ାଉ ଥିବା ବେଳେ ମାଟି ଗୁଡିକ ରାସ୍ତା ଉପରେ ପଡି ରହୁଛି । ସାମାନ୍ୟ ବର୍ଷାରେ ଏହି ଚିକିଟା ମାଟି ପଥଚାରୀ ଓ ଦୁଇ ଚକିଆ, ଚାରି ଚକିଆ ଗାଡି ପାଇଁ ଅତ୍ୟନ୍ତ ବିପଦ ସୃଷ୍ଟି କରୁଥିବା ଓ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ମାଟି ରାସ୍ତାଯାକ ବିଛାଡି ହୋଇ କାଦୁଅ ହୋଇ ଥିବାରୁ ପଥଚାରୀ ଓ ବୟସ୍କ ନାଗରିକ ମାନେ ରାସ୍ତା ଉପରେ ପଡି ଖଣ୍ଡିଆ ଖାବରା ହେଉଛନ୍ତି । ତୁରନ୍ତ ରାସ୍ତା ସଫା କରି ମାଟି କାଦୁଅ ରାସ୍ତା ଉପରୁ ହଟାଇବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *