ଶ୍ରୀ ବଳଦେବଜୀଉ ଉଠା ବ୍ୟବସାୟୀ ସଂଘ ତରଫରୁ ଦାବିପତ୍ର ପ୍ରଦାନ

Spread the love

କେନ୍ଦ୍ରାପଡ଼ା : ଶ୍ରୀ ଶ୍ରୀ ବଳଦେବଜୀଉ ଉଠା ବ୍ୟବସାୟୀ ସଂଘ ତରଫରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ୩ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ମେଳା ବ୍ୟବସାୟୀ ମାନେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଧାର୍ମିକ ସ୍ଥାନ, ମେଳା, ମହୋତ୍ସବ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା ସ୍ଥାନ ମାନଙ୍କରେ ପସରା ଖୋଲି ଜନ ସାଧାରଣଙ୍କ ଆବଶ୍ୟକୀୟ ଛୋଟ ବଡ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମାନ ବିକ୍ରୟ କରିବା ସହ ମନୋରଞ୍ଜନ କାର୍ଯ୍ୟକ୍ରମରେ ସହଯୋଗ କରି ଆସୁଛନ୍ତି ।

୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ କୋଭିଡ କଟକଣାରେ ଏହି ବ୍ୟବସାୟୀ ମାନଙ୍କର ବ୍ୟବସାୟ ବନ୍ଦ ରହିବା ସହ ବହୁ ଆର୍ଥିକ କ୍ଷତି ଘଟିଥିଲା । ଏବେ ପରିସ୍ଥିତି ସାଧାରଣ ହୋଇଥିବାରୁ ବିଭିନ୍ନ ମେଳା, ମହୋତ୍ସବରେ ଯୋଗ ଦେଉଥିବା ଏହି ଉଠା ବ୍ୟବସାୟୀ ମାନଙ୍କୁ ସରକାରୀ ପରିଚୟ ପତ୍ର ପ୍ରଦାନ କରିବା, ମେଳା, ମହୋତ୍ସବ ସ୍ଥାନରେ ସରକାରୀ ଆଦାୟ କରାଯାଉ ଥିବା ସରକାରୀ ମାହାସୁଲ କୁ କମ କରିବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର ସଭାପତି ସାମ୍ବାଦିକ ମହମ୍ମଦ ଇଲିଆସ, କାର୍ଯ୍ୟକାରୀ ସଭାପତି ତଥା ଆଇନଜୀବି ରମଣି ରଞ୍ଜନ ରାଉତରାୟ, ସମ୍ପାଦକ ଚିତ ରଞ୍ଜନ ମହାନ୍ତି, ଦିଲିପ କୁମାର ବେହେରା, କାଶୀନାଥ ସାହୁ, ଗୋପାଳ ଚନ୍ଦ୍ର ଦାସ, ଧରଣୀଧର ଜେନା, ରାଜେଶ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *