ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆହ୍ୱାନ : ଦାବି ପୁରଣ ନହେଲେ ଜୁନ ୧ରୁ ସମୂହ ଛୁଟି

Spread the love

କେନ୍ଦ୍ରାପଡ଼ା : ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ କେନ୍ଦ୍ରାପଡା ଶାଖାର ସାଧାରଣ ବୈଠକ ସହିତ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ମିଳିତ ଅମଲା ମଂଚର ଅଧ୍ୟକ୍ଷ ଅଧୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଭା ଗୃହରେ ସକାଳ ୯ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ମିଳିତ ଅମଲା ମଂଚର ଆବାହକ ଦିବାକର ମହାନ୍ତି, ରାଜ୍ୟ ଓଡିଶା ଅମଲା ସଂଘର ସଭାପତି ଜ୍ଞାନରଞ୍ଜନ ଦାସ, ଓଡିଶା ରାଜସ୍ୱ ଅମଲା ସଂଘର ଉପସଭାପତି ଶୈଳେନ୍ଦ୍ର ନାରାୟଣ ପ୍ରଧାନ, ରାଜସ୍ୱ ଅମଲା ସଂଘ ଜିଲ୍ଲା ସଭାପତି ଶୁକାନ୍ତ କୁମାର ଜେନା, ରାଜସ୍ୱ ଅମଲା ସଂଘର ପୂର୍ବତନ ସଭାପତି ଦିନବନ୍ଧୁ ରଥ, ଓଡିଶା ଅମଲା ସଂଘର ଉପଦେଷ୍ଟା ଅଞ୍ଜନ କୁମାର ଶତପଥୀ, ମିଳିତ ଅମଲା ସଂଘ ଅଧ୍ୟକ୍ଷ ବିଶ୍ୱଭୂଷଣ ଲେଙ୍କା, ସବ୍‌ରେଜିଷ୍ଟର ସଂଘର ସଭାପତି ବସନ୍ତ କୁମାର ସାହୁ, ଓଡିଶା ନିଖିଳ ଟ୍ରେଜେରୀ ଅମଲା ସଂଘର ସଭାପତି ବିଜୟାଲକ୍ଷ୍ମୀ ଦାସ ଏବଂ ସମସ୍ତ ଅମଲା ସଂଘର ବହୁ ନେତୃତ୍ୱବୃନ୍ଦ ଓ ସଦସ୍ୟ ଉପସ୍ଥିତ ଥିଲେ । ବିଭିନ୍ନ ଦାବି ଗୁଡିକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସେ ଗୁଡିକ ହେଉଛି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଅନୁଯାୟୀ ଲେବୁଲ- ୩ ତଥା ୧୮୦୦ ଗ୍ରେଡ୍ ପେ ସହିତ ଅନ୍ୟାନ୍ୟ ଭତା ପାଉଥିଲା ବେଳେ କନିଷ୍ଠ ସହାୟକଙ୍କୁ ୧୯୦୦ ଗ୍ରେଡ୍ ପେ ତଥା ଲେବୁଲ-୪ ଅନୁଯାୟୀ ବେତନ ପ୍ରଦାନ କରାଯାଉଅଛି । ଯାହାକି ଜିଲ୍ଲାସ୍ତରୀୟ ସମସ୍ତ ଅମଲାଙ୍କୁ ଓଡିଶା ସରକାର ଅପମାନିତ କରୁଛନ୍ତି । ସରକାର ଅମଲାମାନଙ୍କ କାର୍ଯ୍ୟ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତାକୁ +୨ ପରିବେ ର୍ +୩ ବୃଦ୍ଧି କରିଥିଲେ ହେଁ  ସରକାର ଅଦ୍ୟାବଧି ଜିଲ୍ଲାସ୍ତରୀୟ ଅମଲାମାନଙ୍କୁ  ମାଟ୍ରିକ ଶିକ୍ଷାଗତ ଯୋଗ୍ୟତା ହାରରେ ୧୯୦୦ ଗ୍ରେଡ୍ ପେ ପ୍ରଦାନ କରାଯାଉଅଛି । ଯାହାକି ସରକାରଙ୍କ ଅମଲାଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରତିପୋଷଣ କରୁଥିବାର ଅମଲାମାନେ ଅନୁଭବ କରୁଛନ୍ତି । ଅଦ୍ୟାବଧି ରାଜ୍ୟସରକାର ଜିଲ୍ଲାସ୍ତରୀୟ ଅମଲାଙ୍କ ସମକକ୍ଷ ସମସ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିଲେ ହେଁ, ଜିଲ୍ଲା ସ୍ତରୀୟ ଅମଲାମାନଙ୍କ ପ୍ରତି ସରକାର ଏଭଳି ନିଷ୍ଠୁର କାହିଁକି ତାହା ଜଣା ପଡୁନାହିଁ । ଏପରିକି ସରକାରଙ୍କୁ ବାରମ୍ବାର ଅନୁରୋଧ ଏବଂ ଦାବିପତ୍ର ଉପସ୍ଥାପନ ପୂର୍ବକ ସରକାର ବହୁ ସମୀକ୍ଷା ପରେ ଅମଲାଙ୍କ ଦାବିକୁ ଯଥାର୍ଥ ବୋଲି ସ୍ୱୀକାର କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାର ଅମଲାମାନଙ୍କ କାର୍ଯ୍ୟଦକ୍ଷତା ଓ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ କନିଷ୍ଠ ସହାୟକଙ୍କ ଦରମା ବୃଦ୍ଧି କରିନାହାନ୍ତି । ଏଣୁ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚର ଗୋଟିଏ ଦାବି କନିଷ୍ଠ ସହାୟକଙ୍କ ଦରମା ଗ୍ରେଡ୍ ପେ ୧୯୦୦(ଲେବୁଲ-୪)ରୁ ଗ୍ରେଡ୍ ପେ ୪୨୦୦(ଲେବୁଲ-୨)କୁ ବୃଦ୍ଧି କରିବା ଓ ବହୁ ପୂର୍ବର ଦାବି ଯଥା- ସଚିବାଳୟରୁ ବ୍ଲକସ୍ତର ପର୍ଯ୍ୟନ୍ତ ସମାନ କାମକୁ ସମାନ ଦରମା ପ୍ରଦାନ କରିବା ପାଇଁ  ଦାବି କରାଯାଇଥିଲା । ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ ରାଜ୍ୟ ଶାଖାର ନିଷ୍ପତିକ୍ରମେ ସରକାର ଅମଲାଙ୍କ ପ୍ରତି ଏଭଳି ମନୋଭାବ ପ୍ରତିବାଦରେ ଗତ ମେମାସ୨୨ତାରିଖ ରୁ ୩୧ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ  କରିବା ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଅଛି । ଯଦି ସରକାର ଯଦି ନୀରବ ରୁହନ୍ତି ତେବେ ଜୁନ ୧ତାରିଖ ଠାରୁ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅମଲାମାନେ ସମୂହ ଛୁଟିରେ ଯିବେ ବୋଲି ନିଷ୍ପତି ନିଆଯାଇଛି । ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ ରାଜ୍ୟ ଶାଖା ତରଫରୁ ରାଜ୍ୟ ସରକାରଙ୍କୁ ଗତ ଏପ୍ରିଲ  ୯ତାରିଖରେ ଦାବିପତ୍ର ଓ  ଏପ୍ରିଲ୨୧ତାରିଖରେ ସ୍ମାରକପତ୍ର ଏବଂ ମେ ୧ତାରିଖରେ ମୁଖ୍ୟ ଶାସନ ସଚିବଙ୍କୁ ଚରମପତ୍ର ପ୍ରଦାନ କରାଯାଇଅଛି ଏବଂ ଅଦ୍ୟାବଧି ସରକାର ଏହି ଦାବି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ କେନ୍ଦ୍ରାପଡା ଶାଖାର ସାଧାରଣ ବୈଠକରେ ଆସନ୍ତା ଜୁନ ୧ତାରିଖରୁ କେନ୍ଦ୍ରାପଡା  ଜିଲ୍ଲାର ସମସ୍ତ ଅମଲା ସାମୁହିକ ଭାବେ ଛୁଟିରେ ଯିବା ପାଇଁ ନିଷ୍ପତି ନିଆଯାଇଅଛି । ଏଥିପାଇଁ ଜନସାଧାରଣଙ୍କ କାର୍ଯ୍ୟରେ ଉପୁଜିବାକୁ ଥିବା ସମସ୍ୟା ପାଇଁ ସରକାର ଦାୟୀ ରହିବେ ବୋଲି ଆଲୋଚନା କରାଯାଇଥିଲା । ଜିଲ୍ଲାସ୍ତରୀୟ ଅମଲାମାନେ ତୃଣମୂଳ ସ୍ତରରେ ବିଭିନ୍ନ କ୍ଷେତ୍ରରେ ସରକାରୀ କାର୍ଯ୍ୟ ଅତି କଠୋର ସ୍ଥିତିରେ ସମ୍ପାଦନା କରି ସରକାରଙ୍କ ସମସ୍ତ ଯୋଜନାକୁ ଶତ ପ୍ରତିଶତ ସଫଳ ରୂପାୟନ ପୂର୍ବକ ଜନସାଧାରଣଙ୍କ ନିକଟରେ ସମସ୍ତ ସେବାକୁ ପହ ।ଇବାର ମାଧ୍ୟମ ସାଜିଥିଲେ ହେଁ ଜନପ୍ରିୟ ସରକାରଙ୍କ ସମସ୍ତ ଅମଲାଙ୍କ ପ୍ରତି ଉଦାସୀନତା ଦ୍ୱାରା ସମସ୍ତ ଅମଲାଙ୍କୁ ସାମୂହିକ ଭାବେ ଛୁଟିରେ ଯିବାପାଇଁ ବାଧ୍ୟ ହେଉଛନ୍ତି ।

Leave a Reply

Your email address will not be published. Required fields are marked *