ଧାରଣାକାରୀ ଅମଲାଙ୍କୁ ସମବେଦନା ଜଣାଇଲେ ଉପ ଜିଲ୍ଲାପାଳ

Spread the love

କେନ୍ଦ୍ରାପଡା : ଏକ ଦଫା ଦାବି ପୁରଣ ନିମନ୍ତେ ଦୀର୍ଘ ଜୁନ ୧ରୁ ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିଛି । ଅମଲା ମାନେ ସମୂହ ଛୁଟି ନେଇ ଜିଲ୍ଲା କାର୍ଯ୍ୟାଳୟରେ ଧାରଣା ଦେବା ସହ ଏକମାତ୍ର ଗ୍ରେଡ ପେ ବୃଦ୍ଧି ଦାବିପୁରଣ ପାଇଁ ସରକାରଙ୍କ ଉପରେ ନୈତିକ ଚାପ ସୃଷ୍ଟି କରିବା ସହ ରାଜ୍ୟ ସଙ୍ଘ ନେତୃତ୍ୱରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅବ୍ୟାହତ ରଖିଛନ୍ତି । ତେବେ ଧାରଣାକୁ ୫ ଦିନ ବିତି ଯାଇଥିବା ବେଳେ ଆଜି ମଧ୍ୟାହ୍ନରେ ଉପ ଜିଲ୍ଲପାଳ ନିରଞ୍ଜନ ବେହେରା ଧାରଣା ସ୍ଥଳକୁ ଆସି ସଙ୍ଘ କର୍ମକର୍ତା ଓ ଅନ୍ୟ ସଦସ୍ୟ ମାନଙ୍କ ସହ ଆଲୋଚନା କରି ସମବେଦନା ଜଣାଇଥିଲେ । ତେବେ ସରକାରୀ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଧାରଣାରେ ବସି ଥିବାରୁ କାର୍ଯ୍ୟାଳୟକୁ ବିଭିନ୍ନ କାମ ନେଇ ଆସୁଥିବା ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *