୧୨ନଂ ୱାର୍ଡ ମହିଳା ମହାସଂଘର ଆହାର କେନ୍ଦ୍ର ଟେଣ୍ଡରକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଂଚଳ ୧୨ନଂ ୱାର୍ଡରେ ଥିବା ଆହାର କେନ୍ଦ୍ର ସମ୍ବନ୍ଧରେ ସଂପୃକ୍ତ ୱାର୍ଡର କାଉନସିଲର ଓ ୱାର୍ଡ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଅବଗତ କରା ନଯାଇ ଟେଣ୍ଡର ଡକାଯାଇ ଥିବା ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ୧୨ନଂ ୱାର୍ଡର ମହିଳା ସ୍ୱୟଂ ସାହାୟିକା ଗୋଷ୍ଠୀର ଅଭିଯୋଗ ଅନୁଯାଇ ସେମାନଙ୍କୁ ଅବଗତ କରା ନଯାଇ ଅନ୍ୟ ୱାର୍ଡରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହ ଫିକ୍ସିଂ କରାଯାଇ ଟେଣ୍ଡର ଡକାଯାଇ ଥିଲା । ଏନେଇ ୱାର୍ଡର ଶତାଧିକ ମହିଳା ପୈାରାଧ୍ୟକ୍ଷାଙ୍କୁ ସାକ୍ଷାତ କରି ଜଣାଇବା ସହ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *