ଭରତପୁର ଗ୍ରାମ ପଞ୍ଚାୟତରେ ଜଳ ସଙ୍କଟ, ପିଇବା ପାଣି ପଇଁ ଗ୍ରାମାବସୀ ଡହଳ ବିକଳ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମ ପଞ୍ଚାୟତରେ ପିଇବା ପାଣି ପାଇଁ ଗ୍ରାମବାସୀ ମାନେ ଗରା, ବାଲ୍‌ଟି ଧରି ଘଂଟା ଘଂଟା ଧରି ଛିଡା ହୋଇ ପାଣି ପାଉନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ଭରତପୁର ପଂଚାୟତ ୯ ନଂ ୱାର୍ଡରେ ଦୀର୍ଘ ଦିନ ହେଲା ପାଇପ୍ ଯୋଗେ ଯୋଗା ଯାଉଥିବା ପିଇବା ପାଇଁ ପାଣି ପାର୍ବତୀ ଠାକୁରାଣୀଙ୍କ ମନ୍ଦିର ଠାରୁ ବାସନ୍ତୀ ପଡିଆ ପର୍ଯ୍ୟନ୍ତ ପହଁଚି ପାରୁନାହିଁ । ସ୍ଥାନୀୟ କେତେକ ଲୋକ ବେଆଇନ ଭାବେ ପାଣି ନେଇ ପରିବା ଚାଷରେ ମଡାଉ ଥିବାରୁ ତଳ ମୁଣ୍ଡରେ ଥିବା ଲୋକମାନେ ପିଇବା ପାଣି ପାଇବା ପାଇଁ ହଇରାଣ ହରକତ ହେଉଛନ୍ତି । ଏନେଇ ଗ୍ରାମୀଣ ଜଳ ଯୋଗାଣ ସଂସ୍ଥାର ଏସଡିଓଙ୍କୁ ଅଭିଯୋଗ କରାଯାଇ ଥିଲେ ମଧ୍ୟ କୈାଣସି ପ୍ରତିକାର ହୋଇ ନଥିବାରୁ ତୁରନ୍ତ ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମର କୈଳାସ ନାୟକ, ଚମ୍ପା ମହାନ୍ତି, ମନୋରମା ସ୍ୱାଇଁ, ବାସନ୍ତୀ ସ୍ୱାଇଁ, ରାଜ କିଶୋର ସ୍ୱାଇଁ, ସୁନିତା ସ୍ୱାଇଁ, ଜୟନ୍ତୀ ବାରିକ ପ୍ରମୁଖ ଗ୍ରାମବାସୀମାନେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଭେଟି ଦାବି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *