ଯୁବ କଂଗ୍ରେସ ପକ୍ଷରୁ ପିସିସି ସଭାପତିଙ୍କ କୁଶ ପୁତଳିକା ଦାହ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବିତ କରାଯାଇ ଥିବାରୁ ଏହା ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ କୁଶ ପୁତଳିକା ଦାହ କରାଯିବା ସହ ତାଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ ଦାବି କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ ରାଜମୋହନ ସ୍ୱାଇଁ, ଅଜୟ  ସେନା, କ୍ଷିରୋଦ ବେହେରା, ସୈାମ୍ୟରଞ୍ଜନ ପରିଡା, ବିମଳ ବିଶ୍ୱାଳ, ସତ୍ୟବ୍ରତ ଦାସ, ଅକ୍ଷୟ କୁମାର ନାୟକ ପ୍ରମୁଖ ବହୁ ଯୁବ କଂଗ୍ରେସ କର୍ମୀ ପ୍ରତିବାଦ କାର୍ଯ୍ୟକ୍ରମରେ ସାମଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *