କେନ୍ଦୁଝର : +୨ ପରୀକ୍ଷାରେ ବିଜ୍ଞାନ ପାସ ହାର ୭୩.୯%

Spread the love

କେନ୍ଦୁଝର : ଚଳିତବର୍ଷ ୨ ବିଜ୍ଞାନ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି । ଏଥିରେ କେନ୍ଦୁଝର ଜିଲାର ୭୩.୯% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ୨୦୨୩ ମସିହାର ୨ ବିଜ୍ଞାନ ପରୀକ୍ଷାରେ କେନ୍ଦୁଝର ଜିଲାର ବିଭିନ୍ନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟର ୩୦୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୭୦୦ ଜଣ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ୭୨୦ ଜଣ ଛାତ୍ରଛାତ୍ରୀ ୨ୟ ଶ୍ରେଣୀ, ୮୦୮ ଜଣ ତୃତୀୟ ଶ୍ରେଣୀ ଓ ୫ ଜଣ କମ୍ପାଟମେଟାଂଲରେ ପାସ କରିଥିବା ଜଣାପଡିଛି । ପ୍ରଥମ, ଦ୍ୱିତୀୟ, ତୃତୀୟ ଓ କମ୍ପାଟମେଟାଂଲ ମିଶାଇ କେନ୍ଦୁଝର ଜିଲାର ମୋଟ ୨୨୩୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ସୂଚନା ମିଳିଛି । ଏଥିସହ ୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ କପି କରିଥିଲେ । କପିକରି ଧରା ପଡିଥିବା କାରଣରୁ ସେମାନଙ୍କ ପରୀକ୍ଷା ଫଳକୁ ସ୍ଥଗିତ ରଖାଯାଇଥିବା ୨ ଆଚଂଳିକ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ସେହିପରି ଚଳିତ ବର୍ଷର ଯୁକ୍ତ ୨ବାଣିଜ୍ୟ ପରୀକ୍ଷାରେ ୯୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୧୭୯ ଜଣ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବାବେଳେ ୧୩୫ ଜଣ ୨ୟ ଶ୍ରେଣୀରେ , ୩୪୫ ଜଣ ତୃତୀୟ ଶ୍ରେଣୀ, ଏବଂ ୬ ଜଣ କମ୍ପାର୍ଟମେଟାଂଲ ରେ ପାସ କରିଛନ୍ତି । ମୋଟ ପାସ ହାର ୬୯.୬୫ ରହିଥିବାବେଳେ ବାଣିଜ୍ୟରେ ଜିଲ୍ଲାରୁ ମୋଟ ୬୬୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଅନ୍ୟପକ୍ଷରେ କେନ୍ଦୁଝର ଧରଣୀଧର ହାଇଅର ସେକଣ୍ଡାରୀ ସ୍କୁଲରୁ ଯୁକ୍ତ ୨ ବିଜ୍ଞାନ ରେ ୧୦୪ ଜଣ ପ୍ରଥମ ଶ୍ରେଣୀରେ, ୪୮ ଜଣ ୨ୟ ଶ୍ରେଣୀରେ ୯ ଜଣ ୩ୟ ଶ୍ରେଣୀକୁ ମିଶାଇ ୧୬୧ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିଭଳି ଯୁକ୍ତ ୨ ବାଣିଜ୍ୟରେ ୭୭ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରୁ ୪୭ ଜଣ ପ୍ରଥମ ଶ୍ରେଣୀରେ , ୨୦ ଜଣ ୨ୟ ଶ୍ରେଣୀରେ ଏବଂ ୧୦ ଜଣ ଛାତ୍ରଛାତ୍ରୀ ୩ୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ମହାବିଦ୍ୟାଳରେ ଯୁକ୍ତ ୨ ବିଜ୍ଞାନ ଏକ୍ସ ରେଗୁଲାରରେ ୬ ଜଣ ପାସ କରିଛନ୍ତି । ଏମାନକଂ ମଧ୍ୟରୁ ୪ ଜଣ ୨ୟ ଶ୍ରେଣୀରେ ପାସ କରିଥିବାବେଳେ ୨ ଜଣ ୩ୟ ଶ୍ରେଣୀରେ ପାସ କରିଛନ୍ତି । ସୂଚନା ଅନୁସାରେ ଡିଡି ହାଇଅର ସେକଣ୍ଡାରୀ ସ୍କୁଲର ପଦ୍ମିନୀନ୍ତୋଝା ଏହି କଲେଜର ବିଜ୍ଞାନ ରେଗୁଲାରରେ ସର୍ବାଧିକ ୫୫୬ ନମ୍ବର ବା ୯୨.୬୭% ନମ୍ବର ରଖିଥିବାବେଳେ ସୀବମ ସୁନ୍ଧରମ ସାହୁ ୨ୟ ଏବଂ ଦିଗବିଜୟ ଦଳ ବେହେରା ତୃତୀୟ ସା୍ଥନରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *