ଟ୍ରେନ ଦୁର୍ଘଟଣା ପୀଡିତାଙ୍କ ପାଇିଁ କେନ୍ଦୁଝର ଅମଲା ସଙ୍ଘର ୨୫ ହଜାର ଟଙ୍କାର ସହାୟତା

Spread the love

କେନ୍ଦୁଝର : ଗତ ୨ ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ଘଟିଥିବା ଭୟାନକ ରେଳ ଦୁର୍ଘଟଣା ରେ ବହୁ ସଂଖ୍ୟକ ପରିବାର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ ବରଣ କରିଥିବା ଲୋକମାନଙ୍କର ଅମର ଆତ୍ମାର ସଦ୍ଗଚି ନିମନ୍ତେ ଆନ୍ଦୋଳନରତ ଓଡିଶା ରାଜସ୍ୱ ଅମଲା ସଙ୍ଘ , କେନ୍ଦୁଝର ଶାଖା ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏବଂ ପୀଡିତା ମାନଙ୍କ ପାଇିଁ ରକ୍ତ ଦାନ କାର୍ଯ୍ୟକ୍ରମ କରି ୩୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ତତ୍ ସହିତ ରେଳ ଦୁର୍ଘଟଣାରେ ପୀଡିତାଙ୍କ ସାହାର୍ଯ୍ୟାର୍ଥେ, ଓଡିଶା ରାଜସ୍ୱ ଅମଲା ସଙ୍ଘ, କେନ୍ଦୁଝର ଶାଖା ପକ୍ଷରୁ ଜିଲ୍ଲାପାଳ କେନ୍ଦୁଝର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *