ଜିଲ୍ଲା ଆଇନ ସେବା ପ୍ରଧିକରଣ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପ୍ଲାଷ୍ଟିକ ବର୍ଜନ,ବୃକ୍ଷ ରୋପଣ ସହ ଯତ୍ନ ନେବାକୁ ଆହ୍ୱାନ

Spread the love

କେନ୍ଦୁଝର : ଜିଲ୍ଲା ଆଇନ ସେବା ପ୍ରାଧିକରଣ, କେନ୍ଦୁଝର ଦ୍ୱାରା ସଦର ବ୍ଳକ କାଉଁରିକଳା ଗାରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି । ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଚିତ ରଞ୍ଜନ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣ ସଚୀବ ମାମୀ ବେହେରା ଯୋଗ ଦେଇ ପରିବେଶ ପ୍ରତି ଯତ୍ନବାନ ହେବାକୁ ସମସ୍ତଙ୍କୁ ଆହ୍ୱାନ ଦେବା ସଙ୍ଗେ ସଙ୍ଗେ ପରିବେଶ ର ମୁଖ୍ୟ ଆଧାର ବୃକ୍ଷ ରୋପଣ କରି ତାକୁ ବଡ କରିବାକୁ ଓ ପ୍ଲାଷ୍ଟିକ ବର୍ଜନ କରିବାକୁ ତଥା ମାଗଣା ଆଇନ ସେବାର ସୁଫଳ ନେବାକୁ ଜନ ସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ପ୍ରାଧିକରଣ ସଦସ୍ୟ ତଥା ତଦାସା ସଂପାଦକ ଅକ୍ଷୟ କୁମାର ଚକ୍ର ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ବିଶ୍ୱ ପରିବେଶ ଦିବସର ମୁଖ୍ୟ ଆଭିମୁଖ୍ୟ ଉପରେ ତର୍ଜମା କରି ସଭା ପରିଚାଳନା କରିଥିଲେ । ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ଜ୍ୟୋତିର୍ମୟୀ ନାୟକ, ପାନେଲ ଅଧିବକ୍ତା ସୁନୀଲ କୁମାର ମହାନ୍ତ, ମାନସ ରଞ୍ଜନ ସାହୁ, ଉପସ୍ଥିତ ରହି ବିଶ୍ୱ ପରିବେଶ ଦିବସର ଅଭିବ୍ୟକ୍ତି ପ୍ରଦାନ କରିଥିବା ବେଳେ କାଉଁରୀକଳା ସରପଞ୍ଚ ଶ୍ରୀମତି ଭାରତୀ ମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ଉପସ୍ଥିତ ଓ୍ୟାର୍ଡ ମେମ୍ବର, ସ୍ୱୟଂ ସହାୟକ ଗୋଷ୍ଠୀ ର କର୍ମକର୍ତା, ବରିଷ୍ଠ ନାଗରିକ ତଥା ପଞ୍ଚାୟତ ଗ୍ରାମ ମାନଙ୍କରୁ ଆସିଥିବା ଜନ ସାଧାରଣ ଆଇନ ସେବା ପ୍ରାଧିକରଣ ର କାର୍ଯ୍ୟକ୍ରମ ଓ କାଉଁରିକଳା ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମ ମାନଙ୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରାଧିକ୍ରଣ ମାଧ୍ୟମରେ କରାଯିବାକୁ ଅନୁରୋଧ କରାଯଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ କର୍ମୀ ସତ୍ୟ ରଞ୍ଜନ ଦାସ, ଦେବେନ୍ଦ୍ର କୁମାର ଦାସ, ଶିରିଶ କୁମାର ସାହୁ, ଗ୍ରାମ ପଞ୍ଚାୟତ କର୍ମକର୍ତା ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ପରେ ପରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଲୟର ପରିବେଳ ବୁଲି ଅତିଥି ମାନେ ସନ୍ତୋଷ ପ୍ରକାଶ କରି ଖାଲି ସ୍ଥାନରେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *