କେନ୍ଦୁଝର ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରାରେ ସାଂସ୍କତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ୪୬ଟି ଦଳ

Spread the love

କେନ୍ଦୁଝର : କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଥିବାବେଳେ ଏବେ ରଥାରୁଢ ଦିଅଁଙ୍କୁ ଦର୍ଶନ କରିବା ଅପେକ୍ଷାରେ ରହିଛନ୍ତି ଭକ୍ତମାନେ । ରଥରେ ଓ ଶ୍ରୀଗୁଣ୍ଢିଚା ମନ୍ଦିରରେ ଦର୍ଶନ କରିବା ପରେ ପ୍ରଭୁଙ୍କ ବେଶ ମଧ୍ୟ ଦେଖିପାରିବେ । ଏହା ସହିତ ପ୍ରତ୍ୟେକ ବର୍ଷ ପରି ବଡଦାଣ୍ଡରେ ତିନିଗୋଟି ସାଂସ୍କୃତିକ ମଂଚରେ ଭିନ୍ନ ଭିନ୍ନ ଦିବସମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କୁ ଆକର୍ଷଣୀୟ ଆଧ୍ୟାତ୍ମିକ ଓ ପାରମ୍ପରିକ କଳା ଦେଖିବାର ସୁଯୋଗ ମିଳିବ । ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରହୁଥିବା ରଥ ସମ୍ମୁଖରେ ଭଜନ ପରିବେଷଣ କରା ନଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ପାଶ୍ୱର୍ରେ ଭଜନ ସମାରୋହ ଅନୁଷ୍ଠିତ ହେବ, ଯେପରିକି ରଥଯାତ୍ରା ଦିନଠାରୁ ବାହୁଡାଯାତ୍ରା ପୂର୍ବଦିନ ପର୍ଯ୍ୟନ୍ତ ଭଜନ ସମାରୋହ ଅନୁଷ୍ଠିତ ହେବ । ଏହି ଭଜନ ସମାରୋହରେ ଚଳିତ ବର୍ଷ ୨୩ତାରିଖ ସଂଧ୍ୟାରେ ଭଜନ ଶିଳ୍ପୀ ରବି ମହାପାତ୍ର ଓ ସ୍ୱର୍ଗତଃ ଅରବିନ୍ଦ ମୁଦୁଲିଙ୍କପୁଅ ଜଗବନ୍ଧୁ ମୁଦୁଲିଙ୍କ ଦଳ, ୨୪ତାରିଖ ଦିନ ସୁବାସ ଦାସଙ୍କ ଦଳ ଓ ୨୬ତାରିଖରେ ଅଞ୍ଜଳି ମିଶ୍ର ଓ ବସନ୍ତ ପାତ୍ରଙ୍କ ଦଳ ଭଜନ ପରିବେଷଣ କରିବେ । ରଥଯାତ୍ରା ଦିନ ଅର୍ଥାତ ୨୦ତାରିଖରେ ସତ୍ୟ ବୈକୁଣ୍ଠ ଫାଉଣ୍ଡେସେନରେ ମାନସୀ ଦାଶ ଓ ଅନ୍ୟ କଳାକାରମାନେ ଭଜନ ପରିବେଷଣ କରିବେ । ୨୧ ତାରିଖରେ ପୁରୁଷୋତମ ଭଜନ ସଂଧ୍ୟା, ୨୨ତାରିଖରେ ସୁନାମଧନ୍ୟ ଅନୁଷ୍ଠାନ ସୁରନିକେତନ, ୨୫ତାରିଖରେ ଓମ ମା କଳାକେନ୍ଦ୍ର, ୨୭ତାରିଖରେ ଜ୍ଞାନମଣ୍ଡଳ ଏବଂ ସୁନାବେଶ ଦିନ ଘୁଙ୍ଗୁରୁ କ୍ଲବ ମଂଚରେ ଅମୃତଧାରା ଭଜନ ସଂଧ୍ୟା ଗଜନ ପରିବେଷଣ କରିବେ । ଚଳିତ ରଥଯାତ୍ରାରେ ମୋଟ ୪୬ଟି ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ ଓ ୧୧ଟି ରାଜ୍ୟସ୍ତରୀୟ ଦଳ ଯୋଗ ଦେବେ ବୋଲି ଜଣାପଡିଛି । ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଉକୃଳ ବିଶ୍ମକର୍ମା କଳାକୁଞ୍ଜ ୨୬ତାରିଖରେ ଘୁଙ୍ଗୁରୁ ମଂଚରେ ଓ ୨୭ତାରିଖରେ ଇଲେଭେନ ବୁଲେଟ ମଂଚରେ କଣ୍ଢେଇନୃତ୍ୟ ପରିବେଷଣ କରିବେ । ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ୪ଗୋଟି ଦଳ ଯୋଗାଇ ଦିଆଯାଉଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟସ୍ତରୀୟ, ବିଭିନ୍ନ ବ୍ଳକ କଳା ସଂଘ ଓ ସ୍ଥାନୀୟ ଅନୁଷ୍ଠାନନମାନେ ଆଧ୍ୟତ୍ମିକ ଓ ପାରମ୍ପରିକ କଳା ପରିବେଷଶ କରିବେ । ଭୁବନେଶ୍ୱରର ନୁପୁର ଅନୁଷ୍ଠାନ ୨୧ତାରିଖ ଦିନ ଘୁଙ୍ଗୁରୁ ମଂଚରେ, ୨୨ତାରିଖରେ ଲାସ୍ୟ ଡ୍ୟାନ୍ସ ଏକାଡେମୀ ଇଲେଭେନ ବୁଲେଟ ମଂଚରେ ଓ ବଲାଙ୍ଗୀରର ଶଙ୍କର ବେହେରାଙ୍କ ସମ୍ପଲପୁରୀ କାର୍ଯ୍ୟକ୍ରମ ଘୁଙ୍ଗୁରୁ ମଂଚରେ, ୨୩ତାରିଖରେ ହରିଶ୍ଚନ୍ଦ୍ର ଓରାମଙ୍କର କଣ୍ଢେଇ ନୃତ୍ୟ ଘୁଙ୍ଗୁରୁ ମଂଚରେ, ରୁଦ୍ରାକ୍ଷ ବଡବିଲ ଇଲେଭେନ ବୁଲେଟ ମଂଚରେ, ୨୫ତାରିଖରେ ବରଗଡ ଲୋକନୃତ୍ୟ ଇଲେଭେନ ବୁଲେଟ ମଂଚରେ ଓ ଚୌଦାରର ଉତ୍ସବ ଦାସଙ୍କ ଘୋଡାନାଚ ଘୁଙ୍ଗୁରୁ ମଂଚରେ ଅନୁଷ୍ଠିତ ହେବ । ଜୁନ ୨୬ତାରିଖରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଦଳ ଇଲେଭେନ ବୁଲେଟ ମଂଚରେ, ୨୭ତାରିଖ ପୁରୀର ଗୋଟିପୁଅ ଘୁଙ୍ଗୁରୁ ମଂଚରେଏବଂ ୨୮ତାରିଖରେ ଚକ୍ରଧର ପରିଡାଙ୍କ କଣ୍ଢେଇ ନୃତ୍ୟ ପରିବେଷଣ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଏତତବ୍ୟତିତ ଶାଳପଡା ଜିତୁ ଦାଶଙ୍କ ବିଣାପାଣୀ କଳା ନିକେତନ, ଘଟଗାଁର ମାତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ର, ଅସନପାଟ ଛଉ, ବାସୁଦେବପୁରର ଝୁମର, ପାଲା, ଖଞ୍ଜଣି ଭଜନ, ଚାଙ୍ଗୁ, ମୁଣ୍ଡା ଓ ସାନ୍ତାଳୀ ନୃତ୍ୟ ପରିବେଷଣ କରାଯିବ । କେନ୍ଦୁଝରର ସୁନାମଧନ୍ୟ ଅନୁଷ୍ଠାନ ବରୁଣେଶ୍ୱର, ଇନ୍ଦଧନୁ, ଅନନ୍ତଗୋପାଳ, ଶିଷ୍ୟା, ସମ୍ରାଟ, ଡାଡି ମିକ୍ସ, ବର୍ଷା, ନୃତ୍ୟପ୍ରଭାତ, ପ୍ରଗତି, ଅନନ୍ୟା, ସ୍ପିଟଜା, କଲେକ୍ଟାରେଟ କଲଚରାଲ କ୍ଲବ, ଘୁଙ୍ଗୁରୁ, କେଡିସିଏ, ଉପାସନା, ଓମ ସାଇ ଡ୍ୟାନ୍ସ ଏକାଡେମୀ ଆଦି ଦଳ ଯୋଗ ଦେବେ । ଅତିରିକ୍ତ ଜିଳ୍ଲାପାଳ, ଉପଜିଳ୍ଲାପାଳ, ରାଜସ୍ୱ ଅଧିକାରୀ , ଜିଳ୍ଲା ସଂସ୍କୃତି ଅଧିକାରୀ, ସାଂସ୍କୃତିକ କମିଟିର ସଦସ୍ୟମାନେ ଏହି ଦଳ ଚୟନ ସମୟରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *