ବୋଇତ ବନ୍ଦାଣ ପାଇଁ ସଜେଇ ହେଲେଣି ବୋଇତ କାରିଗର

Spread the love

ଭୁବନେଶ୍ବର: ଆସୁଛି କାର୍ତ୍ତିକ ପୂର୍ଣ୍ଣିମା ସଜେଇ ହେଲେଣି ବୋଇତ କାରିଗର l ଭଳିକି ଭଳି ଡ଼ଙ୍ଗା ପ୍ରସ୍ତୁତ  ହେଲାଣି । ବ୍ୟବସାୟୀ ମାନେ ବି ପ୍ରସ୍ତୁତ ହେଲେଣି  ।  କାର୍ତ୍ତିକ ମାସକୁ ଧର୍ମର ମାସ କୁହାଯାଏ । ପ୍ରତିବର୍ଷ ଏହି ମାସରେ ଜଗନ୍ନାଥ ମନ୍ଦିରଠୁ ଆରମ୍ଭ କରି ବିଭିନ୍ନ ଦେବାଳୟରେ ଭିଡ ପରିଲକ୍ଷିତ ହୋଇଥାଏ ।  ଘଣ୍ଟ ଘଣ୍ଟାରେ ଆମିଷ ତ୍ୟାଗ କରି ପୂର୍ଣ୍ଣ୍ୟର ମାସକୁ ପାଳନ କରାଯାଇଥାଏ ।  ଏଥିରେ ପରମ୍ପରା ହେଉଛି କାର୍ତ୍ତିକ ପୂଣ୍ଣିମାରେ ବୋଇତ ବନ୍ଦାଣ  । କାରିଗରମାନେ ମଧ୍ୟ ପ୍ରସ୍ତୁତି ଜୋରଦାର କରିଛନ୍ତି ।  

ଆ କା ମା ବୈ…ପାନ ଗୁଆ ଖାଇ..ପାନ ଗୁଆ ତୋର ମାସିକ ଧରମ ମୋର । ଏହି ଗୀତ ପବିତ୍ର କାର୍ତ୍ତିକ ମାସ ବୋଇତ ଭସାଇଲା ବେଳେ ଗାଇଥାନ୍ତି ପ୍ରତ୍ୟେକ ଓଡିଆ ।  ଧର୍ମ ଶାସ୍ତ୍ର ଅନୁସାରେ କାର୍‌ତତିକ ହିଁ ମାସ ମଧ୍ୟରେ ଶ୍ରେଷ୍ଠ ଓ କାର୍ତ୍ତିକ ବ୍ରତ ପାଳନ କଲେ ସବୁଠୁ ଅଧିକ ପୂଣ୍ଣ୍ୟ ମିଳିଥାଏ । ପ୍ରତ୍ୟେକ ମନ୍ଦିରରେ ସକାଳୁ ସକାଳୁ ଲୋକଙ୍କ ଭିଡ ଲାଗି ରହିଥାଏ  ।  ଘଣ୍ଟ ଘଣ୍ଟାରେ ଆମିଷ ତ୍ୟାଗ କରି ପୂର୍ଣ୍ଣ୍ୟର ମାସକୁ ପାଳନ କରାଯାଇଥାଏ ।  ଏଥିରେ ପରମ୍ପରା ହେଉଛି ବୋଇତ ବନ୍ଦାଣ  । ପୂର୍ବରୁ କଦଳୀ ପଟୁରେ ଡଙ୍ଗା କରି ଭାସାଉଥିଲେ ଲୋକେ ଏବେ କିନ୍ତୁ  ଭଳିକି ଭଳିକି କାଗଜ ଓ ଚିକମିକ ରଙ୍ଗ ଦିଆ ଡ଼ଙ୍ଗା ଖୋଜୁଛନ୍ତି ।

ଅନ୍ୟପଟେ ଚଳିତ ବର୍ଷ  କାର୍ତ୍ତିକ ପୂର୍ଣ୍ଣିମା ଦିନ  ପଡ଼ୁଛି ଚନ୍ଦ୍ର ଗ୍ରହଣ l ତେଣୁ ସବୁ ପ୍ରକାର ଦେବନୀତି ବନ୍ଦ ରହିବ । ସେ ଯାହା ହେଉ ନା କାହିଁ ୨ ବର୍ଷ ଧରି କାର୍ତ୍ତିକ ପୁର୍ଣିମା ବନ୍ଦ ଥିବାରୁ ଚଳିତ ବର୍ଷ କିନ୍ତୁ ଏହାକୁ ହାତଛଡାକରିବେନି ଲୋକେ  ।  ମନରେ ନୂଆ ଆଶା  ଓ ଆକାଂକ୍ଷାରେ  ଡ଼ଙ୍ଗା ପ୍ରସ୍ତୁତ କରୁଛନ୍ତି କାରିଗର l ମନରେ ଦୁଃଖ ଓ ବେଦନା ଭରି ରହିଥିଲେ ମଧ୍ୟ ପ୍ରଚେଷ୍ଟା କେବଳ ଗୋଟିଏ ନିଜର କଳା ଓ ପରମ୍ପରାକୁ ବଞ୍ଚାଇ ରଖିବା.. ।

ଚନ୍ଦ୍ର ଗ୍ରହଣ ଥିଲେ ମଧ୍ୟ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପ୍ରଭାବିତ ହେବାର ନାହିଁ l ଏହାକୁ ନେଇ ଖୁସି ଅଛନ୍ତି ଡ଼ଙ୍ଗା ବ୍ୟବସାୟୀ l ଓ ଦୁଇ ପଇସା କମାଇବା ପାଇଁ ଆଶା ବାନ୍ଧିଛନ୍ତି l

ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *