ବେଆଇନ ପାର୍କିଂ ରୋକିବାରେ ବିଫଳ ପ୍ରଶାସନ, ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବକ

Spread the love

ବଲାଣି : ରିମୂଳି- ରାଜାମୁଣ୍ଡା ୫୨୦ ନମ୍ବର ଜାତୀୟ ରାଜ ପଥ ମରଣଯନ୍ତା ପାଲଟିଛି । ବେଆଇନ ପାର୍କିଂ ଯୋଗୁଁ ପ୍ରତ୍ୟେହ ଦୁର୍ଘଟଣା ଘଟୁଥିବାବେଳେ ଲୋକେ ଅକାଳରେ ମୃତ୍ୟୁବରଣ କରୁଛନ୍ତି । ତେବେ ମଙ୍ଗଳବାର ଜାତୀୟ ୫୨୦ ନମ୍ବର ରାଜ ପଥ ଭଦ୍ରାସାହି ନିକଟରେ ପୁଣି ଏକ ଲୋମହର୍ଷଣକାରୀ ଦୁର୍ଘଟଣାରେ ଅକାଳରେ ଜଣେ ଯୁବକଙ୍କର ମୁଣ୍ଡ ଗଡ଼ିଛି । ମୃତକ ହେଉଛନ୍ତି ଘଟଗାଁ ଥାନା, ଫୁଲଝର ଅଂଚଳର ପ୍ରଦୀପ ମହାନ୍ତ । ଓଡି୦୯ଜି ୫୪୩୩ ନଂ ବାଇକ୍ ଯୋଗେ ପ୍ରଦୀପ ଓ ଅନ୍ୟଜଣେ ଯୁବକଙ୍କ ସହ ବଡ଼ବିଲରୁ ନିଜ ଗାଁକୁ ଫେରୁଥିଲେ । ତେବେ ଭଦ୍ରାସାହି ଛକ ଠାରୁ ପ୍ରାୟ ୧୦୦ ମିଟର ଦୂରତାରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଲୁହାପଥର ବୋଝେଇ ଟ୍ରେଲର ପଛପଟରେ ବାଇକ୍ ପିଟି ହୋଇଥିଲା, ଯାହାଫଳରେ ପ୍ରଦୀପଙ୍କ ଘଟଣା ସ୍ଥଳରେ ଦୁଃଖଦ ମୃତ୍ୟୁ ଘଟିଥିଲା । ତେବେ ଅନ୍ୟ ଯୁବକ ଜଣକ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି । ଖବର ପାଇ ବଡବିଲ ପୋଲିସ୍ ମୃତ ଦେହକୁ ଯୋଡ଼ା ସ୍ଥିତ ଟାଟା ଟିସ୍କୋ ହସ୍ପିଟାଲକୁ ପଠାଇ ଅଧିକ ତଦନ୍ତ ଚଳାଇଛି କ୍ଷ ତେବେ ଉକ୍ତ ଜାତୀୟ ରାଜପଥର ରିମୁଳି ଠାରୁ ଗୁଆଲି ପର୍ଯ୍ୟନ୍ତ ଭାରି ଯାନଗୁଡ଼ିକ ରାସ୍ତା ଉପରେ ବେଆଇନ ପାର୍କିଂ କରୁଥିବା କାରଣରୁ ଏହିପରି ବାରମ୍ବାର ଦୁର୍ଘଟଣା ଘଟିଚାଲିଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ସାଧାରଣରେ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *