୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ ପାଇଁ ଚଳ ଚଞ୍ଚଳ ଚମ୍ପୁଆ ପ୍ରଶାସନ

Spread the love

ଚମ୍ପୁଆ : ଆସନ୍ତା ୧୦ ତାରିଖ ଦିନ ୫ ଟି ସଚିବ ଭିକେ ପାଣ୍ଡିଆନଙ୍କ ଚମ୍ପୁଆ ଗସ୍ତକୁ ନେଇ ଚଳ ଚଞ୍ଚଳ ହୋଇ ଉଠିଛି ଚମ୍ପୁଆ ପ୍ରଶାସନ । ସୂଚନା ଅନୁଯାୟୀ, ଆସନ୍ତା ୧୦ ତାରିଖ ଦିନ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ଚମ୍ପୁଆ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇ ଥିବାରୁ କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଏବେ ଠାରୁ ପ୍ରଶାସନ ଚଳ ଚଞ୍ଚଳ ହୋଇ ଉଠିଛି । ଆଜି ୫ଟି ସଚିବଙ୍କ ଗସ୍ତ କୁ ଆଖି ଆଗରେ ରଖି ଚମ୍ପୁଆ ନେହେରୁ ଷ୍ଟାଡିୟମ୍ ଠାରେ ନିର୍ମିତ ହେବାକୁ ଥିବା ଅସ୍ଥାୟୀ ହେଲିପ୍ୟାଡ ସ୍ଥଳକୁ ଚମ୍ପୁଆ ପ୍ରଶାସନ ପକ୍ଷରୁ ନିରୀକ୍ଷଣ କରାଯାଇଛି । ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ବୁଦ୍ଧିଆ ମାରାଣ୍ଡି, କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସିଂ, କେନ୍ଦୁଝର ଏସପି କୁଶଲକର ନିତିନ ଦଗଡୁ, ଚମ୍ପୁଆ ଉପ ଜିଲ୍ଲାପାଳ ସୁକାନ୍ତ କୁମାର ମାଝୀ, ଚମ୍ପୁଆ ଏସଡିପିଓ ରାମରାୟ ମୁର୍ମୁ ଓ ଚମ୍ପୁଆ ଥାନା ଅଧିକାରୀ ଗଗନ ବିହାରୀ ନାଏକ ପ୍ରମୁଖ ଉପସ୍ଥିତ ରହି ଚମ୍ପୁଆ ନେହେରୁ ଷ୍ଟାଡିୟମ୍ ଠାରେ ନିର୍ମିତ ହେଉଥିବା ହ୍ୟାଲିପାଡ ର ସ୍ଥାନ ନିରୀକ୍ଷଣ କରିଥିଲେ । ଏଥି ସହିତ ଗସ୍ତ ସୂଚୀ ରେ ସାମିଲ ଥିବା ସ୍ଥାନ ମାନଙ୍କୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।

Leave a Reply

Your email address will not be published. Required fields are marked *