ଚମ୍ପୁଆ ବ୍ଲକରେ ଅଚଳାବସ୍ଥା : ସହକାରୀ ଯନ୍ତ୍ରୀ ପଦବୀକୁ ନେଇ ଛକା ପଞ୍ଜା

Spread the love

ଚମ୍ପୁଆ : ଉପାନ୍ତ ଚମ୍ପୁଆ ବ୍ଲକରେ ସହକାରୀ ଯନ୍ତ୍ରୀ ପଦବୀକୁ ନେଇ ଛକା ପଞ୍ଜା ଏବେ ସାରା ଚମ୍ପୁଆ ଅଂଚଳରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି । ଏଠାରେ ସୂଚନାଯୋଗ୍ୟ କି ଚମ୍ପୁଆ ବ୍ଲକକୁ ଡେପୁଟେଶନରେ ଆସି ଦୀର୍ଘ ଦୁଇବର୍ଷରୁ ଅଧିକ ସମୟ ଧରି ଦାୟିତ୍ୱ ତୁଲାଉଥିବା କେନ୍ଦୁଝର ସଦର ବ୍ଲକ ସହକାରୀ ଯନ୍ତ୍ରୀ ଅରବିନ୍ଦ ଆରୁଖଙ୍କ ତିନି ତିନି ଥର ବଦଳି ପରେ ମଧ୍ୟ ସେ ଚମ୍ପୁଆ ଛାଡି ଯିବାକୁ ଆବଶ୍ୟକ ମନେକରୁନଥିବାବେଳେ ଅନ୍ୟ ପଟେ ନିକଟରେ ସହକାରୀ ଯନ୍ତ୍ରୀ ପଦୋନ୍ନତି ପାଇ ଚମ୍ପୁଆ ବ୍ଲକରେ ଯୋଗ ଦେଇଥିବା ଅଧିକାରୀ ଅମୂଲ୍ୟ ଦାସଙ୍କୁ ଦାୟିତ୍ୱ ମିଳୁନଥିବା ଯୋଗୁଁ ସେ କାମ କରିବାକୁ ଅମଙ୍ଗ ହୋଇ କେବଳ କାର୍ଯ୍ୟରେ ଯୋଗଦେଇ ଫିଲ୍ଡ ପରିଦର୍ଶନରେ ଯାଉନଥିବା ଯୋଗୁଁ ଚମ୍ପୁଆ ବ୍ଲକରେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଛି । ସୁଚନାଯୋଗ୍ୟ କି ଦୁଇବର୍ଷ ତଳେ ଚମ୍ପୁଆ ବ୍ଲକର ସହକାରୀ ଯନ୍ତ୍ରୀ ଭାଗବତ ବେହେରାଙ୍କ ରାତି ଅଧିଆ ବଦଳି କରାଯାଇ କେନ୍ଦୁଝର ସଦର ବ୍ଲକରେ ସହକାରୀ ଯନ୍ତ୍ରୀ ପଦବୀରେ ଥିବା ଅରବିନ୍ଦ ଆରୁଖଙ୍କୁ ଏଠାରେ ଡେପୁଟେଶନରେ ଅବସ୍ଥାପିତ କରାଯାଇଥିଲା । ତେବେ ଇତି ମଧ୍ୟରେ ଅରବିନ୍ଦ ଆରୁଖଙ୍କ ୩ ଥର ବିଭିନ୍ନ ସ୍ଥାନକୁ ବଦଳି ହେବା ସତ୍ୱେ ସେ ଚମ୍ପୁଆ ବ୍ଲକ ଛାଡୁନଥିବାବେଳେ ନିକଟରେ କନିଷ୍ଠ ଯନ୍ତ୍ରୀରୁ ପଦୋନ୍ନତି ପାଇ ସହକାରୀ ଯନ୍ତ୍ରୀ ଭାବରେ ଚମ୍ପୁଆ ବ୍ଲକରେ ଯୋଗ ଦେଇଥିବା ଅମୂଲ୍ୟ ଦାସଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ନିଜ ଚାକିରୀ ସ୍ଥାନ କେନ୍ଦୁଝରରୁ ଚମ୍ପୁଆ ଡେପୁଟେଶନ ରେ ଆସି ବଦଳି ପରେ ମଧ୍ୟ ଚମ୍ପୁଆ ଛାଡିବାକୁ ସହକାରୀ ଯନ୍ତ୍ରୀ ଅରବିନ୍ଦ ଆରୁଖ ଚାହୁଁନଥିବା ଓ କାର୍ଯ୍ୟରେ ଯୋଗଦେଇ ମଧ୍ୟ ଦାୟିତ୍ୱ ପାଇ ପାରୁନଥିବା ସହକାରୀ ଯନ୍ତ୍ରୀ ଅମୂଲ୍ୟ ଦାସ ଅଭିମାନରେ କାର୍ଯ୍ୟ ରେ ଯୋଗ ଦେଇଥିଲେ ମଧ୍ୟ କାର୍ଯ୍ୟ କରିବାକୁ ଅନାଗ୍ରହ ପ୍ରକାଶ କରୁଥିବାରୁ ଚମ୍ପୁଆ ବ୍ଲକରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ଡେପୁଟେଶନରେ ଆସିଥିବା ସହକାରୀ ଯନ୍ତ୍ରୀଙ୍କ ପ୍ରତି ଚମ୍ପୁଆ ବିଡ଼ିଓଙ୍କ ଅହେତୁକ ଅନୁକମ୍ପା ତଥା ଜିଲ୍ଲା ପ୍ରଶାସନର ଆଶୀର୍ବାଦ ପାଇଁ ସେ ଚମ୍ପୁଆ ଛାଡୁନଥିବାବେଳେ ପଦୋନ୍ନତି ପାଇ କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ ଦାୟିତ୍ୱ ପାଇନଥିବାରୁ କାର୍ଯ୍ୟରୁ ନିଜକୁ ଦୂରେଇ ରଖିବା ଯୋଗୁଁ ଚମ୍ପୁଆ ବ୍ଲକରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ତେବେ ଏହାକୁ ନେଇ ଚମ୍ପୁଆ ବିଡିଓ ଜ୍ୟୋତ୍ସ୍ନା ନାଏକଙ୍କୁ ବାରମ୍ୱାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବା ସତ୍ୱେ ସେ ଗଣମାଧ୍ୟମର ମୋବାଇଲ୍ ରିସିଭ କରୁନଥିବା ଯୋଗୁଁ ତାଙ୍କ ମତାମତ ମିଳି ପାରିନାହିଁ ।

Leave a Reply

Your email address will not be published. Required fields are marked *